କିତିଙ୍ଗିରେ ଅଗ୍ନିକାଣ୍ଡ, ୩୬ ବଖରା ଧ୍ବସ୍ତ

କାଶୀନଗର: କାଶୀନଗର ବ୍ଲକ ବୁଦୁରା ପଞ୍ଚାୟତ ଅନ୍ତର୍ଗତ କିତିଙ୍ଗି ଗ୍ରାମ ସୌରା ସାହିରେ ଆଜି ପୂର୍ବାହ୍ନରେ ଅଗ୍ନିକାଣ୍ତ ଘଟି ୬ଟି ଘର ସ˚ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଆଉ ୬ଟି ଘର ଆ˚ଶିକ କ୍ଷତିଗ୍ରସ୍ତ ହୋଇଛି। କାଶୀନଗର ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ନିଆଁ ଲିଭାଇଥିଲେ। ଅଗ୍ନିକାଣ୍ତରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବା ପ୍ରାଥମିକ ଆକଳନ କରାଯାଇଛି। ଅଗ୍ନିକାଣ୍ତର ସଠିକ କାରଣ ଜଣା ପଡି ନଥିଲେ ହେଁ ଗ୍ରାମର ତୁଳସୀ ଶବର, ବିସିଙ୍ଗି ଶବର, କଳାବତୀ ଶବର, ରାମସ୍ବାମୀ ଶବର, ଚିନ୍ନାମା ଶବର ଓ ଭାସ୍କର ଶବରଙ୍କ ବାସଗୃହ ସ˚ପୂର୍ଣ୍ଣ ପୋଡି ଯାଇଛି। ଏଥି ସହ ପାର୍ଶ୍ବରେ ରହିଥିବା ଆଉ ଛଅ ଗୋଟି ବାସ ଗୃୃହ ମଧ୍ୟ ନଷ୍ଟ ହୋଇଥିବା ଜଣା ପଡିଛି। ସମସ୍ତେ ଆଦିବାସୀ ପରିବାର ଶ୍ରମିକ ଶ୍ରେଣୀର ଅଟନ୍ତି। ଅଗ୍ନିକାଣ୍ତ ସମୟରେ ଏମାନେ କେହି ଘରେ ନଥିବାରୁ କୌଣସି ସାମଗ୍ରୀ ଉଦ୍ଧାର କରିପାରି ନାହାନ୍ତି। ଫଳରେ ସେମାନେ ପରିଧାନ କରିଥିବା ବସ୍ତ୍ର ବ୍ୟତୀତ ଚାଉଳ, ମାଣ୍ତିଆ, ନଗଦ ଟଙ୍କା, ଘର ପଟ୍ଟା, ପରିଚୟ ପତ୍ର, ଲୁଗାପଟା ସମେତ ସମସ୍ତ ଅସବାବପତ୍ର ପୋଡ଼ି ଯାଇଥିବା ଦେଖିବାକୁ ମିଳିଛି ।
ଅଗ୍ନିକାଣ୍ତ ଖବର ପାଇ ବୁଦୁରା ପଞ୍ଚାୟତ ସରପଞ୍ଚ ଅମ୍ବିକା ପ୍ରଧାନଙ୍କ ତରଫରୁ ବିନାୟକ ପ୍ରଧାନ ଗ୍ରାମରେ ପହଞ୍ଚି ସମସ୍ତ ପ୍ରକାର ପ୍ରାଥମିକ ସହାୟତା କରିଥିଲେ। ପଞ୍ଚାୟତ ତରଫରୁ କ୍ଷତିଗ୍ରସ୍ତ ପରିବାରଙ୍କୁ ଚାଉଳ ବଣ୍ଟନ କରାଯାଇଥିବା ବେଳେ ଦୁଇ ଓଳି ରନ୍ଧନ ସାମଗ୍ରୀ ଯୋଗାଇ ଦିଆଯାଇଛି। କାଶୀନଗର ତହସିଲଦାର ଶାନ୍ତି ସ୍ବରୁପ ମିଶ୍ର, ରାଜସ୍ବ ନିରୀକ୍ଷକ ବି.ନରସି˚ହଲୁ ଗ୍ରାମରେ ପହଞ୍ଚି କ୍ଷୟକ୍ଷତି ଆକଳନ କରିବା ସହ ପ୍ରାଥମିକ ସହାୟତା ସ୍ବରୁପ ତାର୍ପୋଲିନ ପ୍ରଦାନ କରିଛନ୍ତି। କ୍ଷତିଗ୍ରସ୍ତ ସମସ୍ତ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ସେମାନଙ୍କୁ ସରକାରୀ ବାସଗୃହ ଯୋଗାଇ ଦେବା ପାଇଁ ସରପଞ୍ଚ ଅମ୍ବିକା ପ୍ରଧାନ ପ୍ରଶାସନକୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର