ଗଜପତି ଜିଲ୍ଲାରେ ୧,୧୦,୦୦୦ ଗଞ୍ଜେଇ ଗଛ ନଷ୍ଟ

ମୋହନା: ଅବକାରୀ ଇନ୍ସପେକ୍ଟର ପଦ୍ମ ଚରଣ ସାହୁ ଓ ଆର ଉଦୟଗିରି ଏସଡିପିଓ ଅନିଲ କୁମାର ପ୍ରଧାନଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ରବିବାର ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ୫୫ ଏକର ଜମିରେ ହୋଇଥିବା ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ ଅବକାରୀ ଓ ପୁଲିସ ବିଭାଗ ପକ୍ଷରୁ ୧ଲକ୍ଷ ୧୦ହଜାର ଗଞ୍ଜେଇ ଗଛ ନଷ୍ଟ କରାଯିବାକୁ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଅଭିଯାନରେ ୧୨୦ ଜଣ କର୍ମଚାରୀ ସାମିଲ ଥିଲେ।

ସୂଚନାଯୋଗ୍ୟ, ଗଜପତି ଜିଲ୍ଲାରେ ପ୍ରତି ବର୍ଷ ଶହ ଶହ ଏକର ଜମିରେ ବେଆଇନ ଭାବରେ ଗଞ୍ଜେଇ ଚାଷ କରାଯାଉଛି। ଫେବ୍ରୁଆରୀ ପୂର୍ବରୁ ଗଞ୍ଜେଇ ଅମଲ ହୋଇ ସାରିବା ପରେ ବେପାରୀମାନେ ପହଞ୍ଚନ୍ତି। ଏହାକୁ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କେରଳ, ଗୁଜରାଟ ଆଦି ରାଜ୍ୟକୁ ଚାଲାଣ କରାଯାଇଥାଏ। ଗତ ନଭେମ୍ବର ୨୭ରେ ମଧ୍ୟ ଅବକାରୀ ଓ ପୁଲିସ ବିଭାଗ ପକ୍ଷରୁ ୫୨ ଏକର ଜମିରେ କରାଯାଇଥିବା ଗଞ୍ଜେଇ ଫସଲ ନଷ୍ଟ କରାଯାଇଥିଲା।

ସମ୍ବନ୍ଧିତ ଖବର