ପାରଳାରେ ‘ମୁଁ ହିରୋ ମୁଁ ଓଡ଼ିଶା’ ଅଭିଯାନର ଶୁଭାରମ୍ଭ 

ପାରଳାଖେମୁଣ୍ଡି: ସ୍ଥାନୀୟ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱଂଶାସିତ ମହାବିଦ୍ୟାଳୟ ପରିସରରେ ରାଜ୍ୟ ସରକାରଙ୍କ ‘ମୁ ହିରୋ ମୁ ଓଡିଶା’ ଅଭିଯାନର ଶୁଭାରମ୍ଭ ହୋଇଯାଇଛି । ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଭାକର ତ୍ରିପାଠୀଙ୍କ ନେତୃତ୍ୱରେ ଆୟୋଜିତ ଏହି କାଯ୍ୟର୍କ୍ରମରେ ଜିଲ୍ଲାପାଳ ଅନୁପମ ସାହା ଯୋଗ ଦେଇ କାଯ୍ୟର୍କ୍ରମର ଶୁଭାରମ୍ଭ କରିଥିଲେ । ନିଜ ଅଭିଭାଷଣରେ ଶ୍ରୀ ସାହା କହିଥିଲେ ଯେ ୧୫ରୁ ୩୫ ବର୍ଷ ବୟସ ମଧ୍ୟରେ ପ୍ରତିଭାଧାରୀ ଯୁବକଯୁବତୀ ମହତ କାଯ୍ୟର୍ କରିବା ସହ ଅନ୍ୟ ଯୁବକଯୁବତୀ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ହେଲେ ସେମାନେ ଲୋକଲଚୋନକୁ ଆସି ନପାରି ଅବେହେଳିତ ଲୁକ୍କାୟିତ ଅବସ୍ଥାରେ ରହି ଯାଇଛନ୍ତି । ସେହି ଯୁବକ ଯୁବତୀମନଙ୍କୁ ଲୋକଲୋଚାନକୁ ଆଣିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ । କ୍ରୀଡ଼ା, ନାଟକ, ସମାଜସେବା ନୃତ୍ୟ ଓ ସଂସ୍କୃତି କ୍ଷେତ୍ରରେ ବିଶେଷ ଉପଲବ୍ଧ ସକାଶେ ଆଦର୍ଶ ଦାସ, ନାଗେଶ୍ୱର ମହାପାତ୍ର, ପ୍ରୀତିପ୍ରିୟା ବେହେରା, ମାତାଙ୍ଗିନି ଗୁରୁ, ପି.ଏସ ଦୋରାଙ୍କୁ ସମ୍ମାନିତ କରାଯାଇଥିଲା ।

ସମ୍ବନ୍ଧିତ ଖବର