ଲାବନ୍ୟଗଡ଼ରେ ଅଗ୍ନିକାଣ୍ତ, ୧୩ ଘର ପାଉଁଶ

ପାରଳାଖେମୁଣ୍ତି: ଗୋଷାଣୀ ବ୍ଲକ ଲାବନ୍ୟଗଡ ଗ୍ରାମରେ ଅଗ୍ନିକାଣ୍ତ ଘଟି ୧୩ ରୁ ଅଧିକ ପୋଡି ପାଉଁଶ ହୋଇଯାଇଛି । ପାରଳାଖେମୁଣ୍ତିରୁ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଆୟତ୍ତ କରିଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବ˚ ରାଜସ୍ବ ନୀରିକ୍ଷକ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନି ବିପନ୍ନ ପରିବାରକୁ ରିଲିଫ ବଣ୍ଟନ କରିଛନ୍ତି । ପାରଳାଖେମୁଣ୍ତିର ପୂର୍ବତନ ବିଧାୟକ କେ.ନାରାୟଣ ରାଓ ମଧ୍ୟ ପହଞ୍ଚି ସାହାର୍ଯ୍ୟର ହାତ ବଢାଇଛନ୍ତି । ସେହିପରି ରାଜ କୁମାରୀ କଲ୍ୟାଣୀ ଗଜପତି କିଛି ସ୍ବେଚ୍ଛାସେବୀ ଅନୁଷ୍ଠାନ ସହ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ସେମାନଙ୍କୁ ଆଶ୍ବସନା ଦେଇଛନ୍ତି ।

ସମ୍ବନ୍ଧିତ ଖବର