ଖଞ୍ଜା ସାହି ଡାକଘର ଜମାଖାତାରୁ ଟଙ୍କା ହଡପ ଅଭିଯୋଗ

ପାରଳାଖେମୁଣ୍ଡି: ସ୍ଥାନୀୟ ଖଞ୍ଜା ସାହି ଡାକଘର ଅଧିନରେ ଥିବା କିଛି ଜମାକାରୀ ମାନଙ୍କ ଟଙ୍କା ହଡପ ହୋଇଥିବା ଘଟଣା ବର୍ତ୍ତମାନ ସହରର ଏକ ଚର୍ଚ୍ଚାର ବିଷୟ । ଏନେଇ ଥାନାରେ କୌଣସି ଏତଲା ହୋଇନଥିବା ବେଳେ କିଛି ଜମାକାରୀ ଗତକାଲି ସ୍ଥାନୀୟ ଗଣମାଧ୍ୟମକୁ ଏହି ସମ୍ପର୍କରେ ତଥ୍ୟ ଦେଇଥିଲେ । ଅଭିଯୋଗକାରୀଙ୍କ କହିବା ଅନୁସାରେ ବିଗତ କିଛି ବର୍ଷ ହେଲା ସେମାନେ ଖଞ୍ଜସାହି ଡାକ ଘରେ ଡାକବିଭାଗର ବିଭିନ୍ନ ଯୋଜନା ବିଶେଷ କରି ରେକରିଙ୍ଗ ଡିପୋଜିଟ ଯୋଜନାରେ ନିୟମିତ ଭାବେ ଟଙ୍କା ଜମା କରୁଥିଲେ । ଟଙ୍କାଜମା ରଖିଥିବା ଜଗଦୀଶ ପାଠୀ, ସନ୍ତୋଷିନୀ ମିଶ୍ର, ଏ.ନାଗାରାଜୁ, ଇ.ରମେଶ କୁମାରମ, ଅଭୟ କୁମାର ସାମନ୍ତରାୟ ପ୍ରମୁଖ ଟଙ୍କା ଉଠାଇବା ପାଇଁ ଡାକଘରକୁ ଗଲାପରେ ଉକ୍ତ ଟଙ୍କା ପୂର୍ବରୁ ଉଠାଇ ଦିଆଯାଇଥବା ଜାଣିପାରିଥିଲେ । ପରେ ମୁଖ୍ୟ ଡାକଘରକୁ ଯାଇ ଅନୁସନ୍ଧାନ କରି ସେମାନଙ୍କର ଜମାଖାତାରେ ଆଉ ଟଙ୍କା ନଥିବା ଜାଣିପାରିଥିଲେ । ଏଥିପାଇଁ ଜମାକାରୀ ଖଞ୍ଜା ସାହି ଡାକଘର ପୋଷ୍ଟ ମାଷ୍ଟର ଏମ. ରାଜ କୁମାରଙ୍କୁ ଦାୟି କରିିବା ସହ କାଯ୍ୟର୍ାନୁଷ୍ଠାନ ଦାବି କରିଛନ୍ତି ।
ଏହି ଘଟଣା ପ୍ରଘଟ ହେବା ପରେ ଏବେ ଡାକଘର ଜମାକାରୀଙ୍କ ମଧ୍ୟରେ ଆଶଙ୍କା ଖେଳିଯାଇଛି । ଏନେଇ ଲିଖିତ ଭାବେ ମୁଖ୍ୟ ଡାକଘର ଅଧିକାରୀଙ୍କୁ ଅବଗତ କରାଯାଇଥିବା ବେଳେ ଥାନାରେ କିନ୍ତୁ ଲିଖିତ ଏତଲା ଦିଆଯାଇନାହିଁ । ଭିନ୍ନ ଲୋକ ଭିନ୍ନଭିନ୍ନ ମତ ଦେଉଥିବା ବେଳେ ପ୍ରାୟ ୨୦ରୁ ୨୫ ଲକ୍ଷ ଟଙ୍କା ଗାଏବ ହୋଇଯାଇଥିବା କୁହାଯାଇଛି । ଏହି ସମ୍ପର୍କରେ ମତାମତ ପାଇଁ ଖଞ୍ଜା ସାହି ଡାକଘର ଦାୟିତ୍ୱରେ ଥିବା ପୋଷ୍ଟମାଷ୍ଟର ଏମ.ରାଜ କୁମାରଙ୍କୁ ଯୋଗାଯୋଗ କରିବା ପାଇଁ ଫୋନ ଯୋଗେ ଉଦ୍ୟମ କରାଯାଇଥିଲେ ମଧ୍ୟ ଫୋନ ସଂଯୋଗ ହୋଇପାରିନଥିଲା । ଜମାକକାରୀଙ୍କୁ ଋଣ ଦିଆଯିବା ଦର୍ଶାଇ ସେମାନଙ୍କର ଦସ୍ତଖତ ନେଇ ଜମାଖାତାରୁ ଏପରି ଟଙ୍କା ଉଠାଣ କରାଯାଇଛଇ ବୋଲି ଅଭିଯୋଗ ହୋଇଛି ।

ସମ୍ବନ୍ଧିତ ଖବର