ଓଡ଼ିଶା ରାଜ୍ୟପାଳ ଗଣେଶୀ ଲାଲଙ୍କ ଗଜପତି ଗସ୍ତ

ପାରଳାଖେମୁଣ୍ତି: ଗଜପତି ଜିଲ୍ଲା ଗସ୍ଥରେ ଆସିବେ ଓଡ଼ିଶାର ରାଜ୍ୟପାଳ ଗଣେଶୀ ଲାଲ । ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ନିମନ୍ତେ ସେ ଗଜପତି ଜିଲ୍ଲାରେ ଆସି ପହଞ୍ଚିବେ । ଏଥିସହ କେନ୍ଦ୍ର ସରକାରଙ୍କ ନୀତି ଆୟୋଗର ନିୟମ ଅନୁଯାୟୀ ଡାଲଟାର ସର୍ଭେ ସମ୍ପର୍କରେ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହ ସେ ସମିକ୍ଷା ବୈଠକ କରିବେ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠୀ ସୂଚନା ଦେଇଛନ୍ତି।
ଡିସେମ୍ବର ୧ ତାରିଖରେ ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟର ଷଷ୍ଠ ସମାବର୍ତ୍ତନ ଉତ୍ସବ ଆୟୋଜନ ହେବାକୁ ଥିବା ବେଳେ ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଏବ˚ ପରଦିନ ପାରଳାଖେମୁଣ୍ତିରେ ଯୋଗ ଦେବା ନେଇ ସୂଚନା ଦେଇଛନ୍ତି ଶ୍ରୀ ସେଠୀ । ଜିଲ୍ଲାର ସମସ୍ୟାକୁ ଲୋକଲୋଚନକୁ ଆଣିବା ସହ ଜିଲ୍ଲା ପ୍ରଶାସନକୁ ସାହାଯ୍ୟ କରିଥିବା ଯୋଗୁଁ ନୀତି ଆୟୋଗ ଡାଲଟାର ୧୧୯ଟି ଜିଲ୍ଲା ସର୍ଭେରେ ଗଜପତି ଜିଲ୍ଲା ୩୮ ତମ ସ୍ଥାନରେ ରହିଛି ବୋଲି ସେ ପ୍ରକାଶ କରିଛନ୍ତି । ରାଜ୍ୟପାଳଙ୍କ ଗସ୍ତକୁ ଆଖି ଆଗରେ ଜିଲ୍ଲା ପୁଲିସ ଦ୍ବାରା ସମସ୍ତ ଅଞ୍ଚଳରେ ପାଟ୍ରୋଲି˚ କଡ଼ାକଡ଼ି କରାଯାଇଥିବା ବେଳେ ସହରକୁ ପ୍ରବେଶ କରୁଥିବା ସମସ୍ତ ଗାଡ଼ିଗୁଡିକ ଚେକି˚ କରାଯାଉଥିବା ପାରଳା ଥାନା ଅଧିକାରୀ ବାବୁଲି ନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର