ପାରଳାଖେମୁଣ୍ଡି ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ:ଯୋଗ ଦେଲେ ରାଜକୁମାରୀ କଲ୍ୟାଣୀ
ପାରଳାଖେମୁଣ୍ଡି: ଆସନ୍ତା ମାସରେ ପବିତ୍ର ରଥଯାତ୍ରା ପାଳନ ପାଇଁ ଆଜି ପ୍ରାଶାସନିକ ସ୍ତରରେ ଏକ ପ୍ରସ୍ତୁତି ବୈଠକ ଆୟୋଜନ ହୋଇଥିଲା । ଏଥିରେ ପ୍ରଥମ ଥର ପାଇଁ ପାରଳା ରାଜପ୍ରାସାଦ ତରଫରୁ କଲ୍ୟାଣୀ ଦେବୀ ଯୋଗ ଦେଇଥିଲେ । ଆଜି ବୈଠକରେ ଉପଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ, ପିଡିଡିଆରଡିଏ ଅନାମ ଚରଣ ପାତ୍ର, ପାରଳା ବିଧାୟକ କେ.ସୂଯ୍ୟର୍ ରାଓ, ସହକାରୀ ଆରକ୍ଷୀ ଅଧିକ୍ଷକ ମହମ୍ମଦ ଇମତିୟାଜ ଆଲମ ମଞ୍ଚାସୀନ ଥିଲେ । କୋଷାଧ୍ୟକ୍ଷ ରାମନାଥ ମିଶ୍ର ନିଜର ବିବରଣୀ ପାଠ କରି କହିଥିଲେ ଗତ ଥର ସମସ୍ତଙ୍କ ସହଯୋଗରେ ଅତ୍ୟନ୍ତ ସଫଳତାର ସହ ରଥଯାତ୍ରା ଏବଂ ଯାତ୍ରା ସହ ସମ୍ପୃକ୍ତ ଥିବା ସମସ୍ତ କାଯ୍ୟର୍କ୍ରମ ସଫଳ ହୋଇଥିଲା । ଭଲ ବ୍ୟବସାୟ ହୋଇଥିବା ଯୋଗୁଁ ପାରଳାଖେମୁଣ୍ଡି ରଥ ଯାତ୍ରାରେ ଅଂଶ ଗ୍ରହଣ କରିବା ପାଇଁ ପୁନର୍ବାର ଚଳିତ ବର୍ଷ ମୀନାବଜାର ଏବଂ ଖୁଚୁରା ବ୍ୟବସାୟୀମାନେ ଆଗ୍ରହ ପ୍ରକାଶ କରିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ବିଭିନ୍ନ କମିଟି ଗଠନ ହୋଇଥିବା ବେଳେ ଚଳିତ ବର୍ଷ ପରିବେଶ ଏବଂ ପରିମଳ ବ୍ୟବସ୍ଥା ପ୍ରତି ଦୃଷ୍ଟି ଦେବା ପାଇଁ ସମସ୍ତେ ନିବେଦନ କରିଥିଲେ । ଜଗନ୍ନାଥ ମନ୍ଦିର ନିର୍ମାଣ କାଯ୍ୟର୍ ଜାରି ରହିଥିବା ଯୋଗୁଁ ଏହି ବର୍ଷ ରଥ ନିର୍ମାଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ସେହିଭଳି, ରଥଯାତ୍ରା ସମୟରେ ଟ୍ରାଫିକ ବ୍ୟବସ୍ଥା, ଖାଦ୍ୟ ସାମଗ୍ରୀ ବିକ୍ରୟ ଉପରେ ନଜର, ବର୍ଷା ସମୟରେ ଜଳ ନିଷ୍କାସନ ଇତ୍ୟାଦି ସମ୍ପର୍କରେ ବିସ୍ତତ ଆଲୋଚନା ହୋଇଥିଲା । ବିଭିନ୍ନ କମିଟି ଗୁଡିକ ଅପରିବର୍ତ୍ତିତ ରହିଥିବା ବେଳେ ଚଳିତ ବର୍ଷ ଶୁଖିଲା ଭୋଗ ବିକ୍ରୟରେ କମିଟି ୫୦ ପ୍ରତିଶତ ଅଧିକ ଲାଭ ପାଇବ ବୋଲି କମିଟିର ଅଧ୍ୟକ୍ଷ ଦେବାଶିଷ ପାଢୀ ସୂଚନା ଦେଇଥିଲେ।
ମୀନା ବଜାରରେ ବିଭିନ୍ନ କ୍ରୀଡ଼ା ଓ ଆନନ୍ଦଦାୟକ ସାମଗ୍ରୀ ଗୁଡିକ ସୁରକ୍ଷା ନିୟମ ମଧ୍ୟରେ କାଯ୍ୟର୍ କରୁ ବୋଲି ସଦସ୍ୟ ମାନେ ନିବେଦନ କରିଥିଲେ । ଏହି ଆଲୋଚନା ବେଳେ ବିଭିନ୍ନ ପ୍ରସ୍ତାବ ଉପସ୍ଥାପନ କରିଥିଲେ କଲ୍ୟାଣୀ ଦେବୀ । ସେ ଲିଖିତ ଭାବେ ସଦସ୍ୟମାନଙ୍କୁ ନିବେଦନ କରିଥିଲେ ଯେ ଏହି ଐତିହାସିକ ରଥଯାତ୍ରାର ପରମ୍ପରାକୁ ବଜାୟ ରଖିବା ପାଇଁ ସମସ୍ତ ଆୟବ୍ୟୟ ଶୁଙ୍ଖଳିତ ଭାବେ ପରିଚାଳିତ କରାଯାଉ । ଅଧିକ ଦର୍ଶକ ଯାତ୍ରାକୁ କିପରି ଆସିବେ ସେଥିପ୍ରତି ଦୃଷ୍ଟି ଦିଆଯାଉ ବୋଲି ସେ ନିବେଦନ କରିଥିଲେ । ପହଣ୍ଡି ବିଭ୍ରାଟ ଉପରେ ମଧ୍ୟ ବିସ୍ତତ ଆଲୋଚନା ହୋଇଥିଲା ଏବଂ ସନ୍ଧ୍ୟା ପୂର୍ବରୁ ରଥ ଗୁଣ୍ଡିଚା ବାଡ଼ିରେ ପହଞ୍ଚିବା ଉପରେ ସଦସ୍ୟମାନେ ଜୋର ଦେଇଥିଲେ ।
ବୈଠକରେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ବସନ୍ତ ଦାସ, ବସନ୍ତ ପଣ୍ଡା , ଡ.ପି.ସି.ଏଚ ପାତ୍ର, ସୁରେଶ ମାଝୀ, ପ୍ରଦୀପ ନାୟକ, ପି.କ୍ରିଷ୍ଣା, ବାବୁଲା ବେହେରା, ବଟକୃଷ୍ଣ ପାତ୍ର, ସିଦ୍ଧେଶ୍ୱର ମିଶ୍ର, କୁମାର ଆଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ଡେପୁଟି କଲେକ୍ଟର ଜୁବୁଲି ଚରଣ ଏହି କାଯ୍ୟର୍କ୍ରମକୁ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।