ସୀତାପୁରରେ ପିଡିଏସ୍‌ ସାମଗ୍ରୀ କଳାବଜାର ଅଭିଯୋଗ

ପାରଳାଖେମୁଣ୍ତି/କାଶୀନଗର: ଗଜପତି ଜିଲ୍ଲା କାଶୀନଗର ବ୍ଲକର କେ.ସୀତାପୁର ପଞ୍ଚାୟତରେ ପିଡିଏସ୍‌ ସାମଗ୍ରୀ କଳା ବଜାରରେ ବିକ୍ରୟ କରା ଯାଉଥିବା ଅଭିଯୋଗ ହୋଇଛି। ଗ୍ରାମବାସୀ ଏନେଇ ସ˚ପୃକ୍ତ ଅଭିଯୁକ୍ତଙ୍କ ନାମରେ ଗଜପତି ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ କେ.ସୀତାପୁର ଗ୍ରାମରେ ଖାଦ୍ୟ ନିରାପତ୍ତା ଯୋଜନାରେ ହିତାଧିକାରୀଙ୍କୁ ପ୍ରଦାନ କରାଯାଉଥିବା ବିଭିନ୍ନ ସାମଗ୍ରୀ ଡ଼.ଅମ୍ବେଦକର ସ୍ବୟ˚ ସହାୟକ ଗୋଷ୍ଠୀ ନାମରେ ଗ୍ରାମର କେ.ରାମାରାଓ ନାମକ ଜଣେ ଯୁବକ ପରିଚାଳନା କରନ୍ତି। ସେ ସରକାର ଯୋଗାଇ ଦେଇଥିବା ଚାଉଳ, କିରୋସିନ, ଗହମ ଇତ୍ୟାଦି ସାମଗ୍ରୀ କଳା ବଜାରରେ ବିକ୍ରୟ କରୁଛନ୍ତି। ଅନେକ ହିତାଧିକାରୀଙ୍କ ରାସନ କାର୍ଡ ନିଜେ ସାଇତି କରି ରଖନ୍ତି ଏବ˚ ସେମାନଙ୍କୁ ଅଳ୍ପ କିଛି ପରିମାଣର ରାସନ ସାମଗ୍ରୀ ଦେଇ ବଳକା କଳା ବଜାର କରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। କେବଳ ସେତିକି ନୁହଁ, ସ˚ପୃକ୍ତ ଯୁବକ ଜଣଙ୍କ କିଛି ଅସାମାଜିକ ବ୍ୟକ୍ତିଙ୍କ ସହ ସ˚ପର୍କ ରଖିଥିବାରୁ ଏନେଇ ହିତାଧିକାରୀ ମୁହଁ ଖୋଲିବାକୁ ଭୟ କରୁଥିବା କରୁଥିବା ଅଭିଯୋଗ ହୋଇଛି। ଏ ସ˚ପର୍କରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମବାସୀ ଗଜପତି ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି। ଗଜପତି ଜିଲ୍ଲାପାଳ ଏହି ଅଭିଯୋଗ ଗ୍ରହଣ କରିବା ସହ ତୁରନ୍ତ ଏହାର ତଦନ୍ତ କରିବା ପାଇଁ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ନିର୍ଦେଶ ଦେଇଥିବା ଜଣା ପଡ଼ିଛି।

ସମ୍ବନ୍ଧିତ ଖବର