ଦୁର୍ଗମ ଡୁମ୍ବାଡାରେ ତିରୁପତିଙ୍କ ପଦଯାତ୍ରା

ପାରଳାଖେମୁଣ୍ଡି: ଗୁମ୍ମା ବ୍ଲକର ପଛୁଆ ଅଞ୍ଚଳ ଭାବେ ପରିଚିତ ଡୁମ୍ବାଡା ଗ୍ରାମ ପଞ୍ଚାୟତରେ ବିଶିଷ୍ଟ ଶିଳ୍ପପତି ଡ.ତିରୁପତି ପାଣିଗ୍ରାହୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ଏଠାରେ ପାରମ୍ପରିକ ଆଦିବାସୀ ବାଦ୍ୟ ଓ ନୃତ୍ୟରେ ତାଙ୍କୁ ସ୍ୱାଗତ କରିଥିଲେ । ତିରୁପତି ପାଣିଗ୍ରାହୀ ଏହି ପଞ୍ଚାୟତର ପାଞ୍ଚଟି ଗ୍ରାମକୁ ପଦଯାତ୍ରା କରିବା ସହ ସାଧାରଣ ସଭାକୁ ଉଦ୍‌ବୋଧନ ଦେଇଥିଲେ । ଏହି ପଞ୍ଚାୟତର ବିଭିନ୍ନ ସମସ୍ୟା ବିଶେଷ କରି ଗମନାଗମନ , ଉଚ୍ଚ ବିଦ୍ୟାଳୟର ଆବଶ୍ୟକତା, ଆବାସିକ ବିଦ୍ୟାଳୟ ଏବଂ ମୋବାଇଲ ସେବା ଭଳି ଜରୁରୀ ବିଷୟରେ ଅବଗତ ହୋଇଥିଲେ । ଜନସାଧାରଣଙ୍କ ସେବା ପାଇଁ ସେ ସକ୍ରିୟ ଭାବେ ଜନସେବା କରିବା ପାଇଁ ସେ ପାଦ କାଢିଛନ୍ତି । ନିଶ୍ଚିତ ଭାବେ ଡୁମ୍ବାଡା ଗ୍ରାମ ପଞ୍ଚାୟତ ପାଇଁ ସେ ନିଜର ସାମଥ୍ୟର୍ ଓ ସମ୍ବଳ ମଧ୍ୟରେ କିଛି କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଏହି ପଦଯାତ୍ରା ବେଳେ ତିରୁପତି ପାଣିଗ୍ରାହୀଙ୍କ ସହ ଯୁବ ସମାଜସେବୀ ବାବୁଲି ଗୁଦଘାତା , କଂଗ୍ରେସର ଯୁବନେତା ସୂଯ୍ୟର୍ନାରାୟଣ ପାତ୍ର , ଗୁମ୍ମା ବ୍ଲକର ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବେର୍ଣ୍ଣିକ ଗମାଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର