ରାଉରକେଲା: ଘରେ ପଶି ଶୋଇଥିବା ମହିଳାଙ୍କୁ ବର୍ବର ଭାବେ ଗଣଦୁଷ୍କର୍ମ

ନାବାଳକ ସହିତ ଦୁଇ ଗିରଫ, ଗୁରୁତର ମହିଳା ଡାକ୍ତରଖାନାରେ ଭର୍ତ୍ତି

ରାଉରକେଲା: ରାଜ୍ୟର ଆଇନକାନୁନ ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରି ରାଜ୍ୟରେ ଦୁଷ୍କର୍ମ ମାମଲା ଯେମିତି ବଢ଼ିବଢ଼ି ଚାଲିଛି। କେଉଁଠି ନାବାଳିକା ଛାତ୍ରୀ ତ କେଉଁଠି ୩ ବର୍ଷର ଶିଶୁ ମଧ୍ୟ ଯୌନବିକାରଗ୍ରସ୍ତଙ୍କ କବଳରୁ ରକ୍ଷା ପାଇ ପାରୁ ନାହାଁନ୍ତି। ଏଭଳି ଏକ ସ୍ଥିତିରେ ରାଜ୍ୟରେ ମହିଳାମାନଙ୍କ ସ୍ଥିତି ନେଇ ବୁଦ୍ଧିିଜୀବୀ ମହଲରେ ଚିନ୍ତା ବଢ଼ୁଥିବା ବେଳେ ଗତକାଲି ରାତିରେ ରାଉରକେଲାରେ ଏକ ବର୍ବରକାଣ୍ଡ ସମସ୍ତଙ୍କୁ ଚକିତ କରିଛି। ଏ କ୍ଷେତ୍ରରେ ମଧ୍ୟ ଜଣେ ନାବାଳକ ସମ୍ପୃକ୍ତି ରହିଛି। ଘର ଭିତରେ ନିଜର ଦୁଇ ଶିଶୁଙ୍କୁ ଧରି ଶୋଇଥିିବା ଜଣେ ୩୦ ବର୍ଷୀୟା ମହିଳାଙ୍କ ଘରେ ଯୋର ଜବରଦସ୍ତ ପଶି ୪ ଜଣ ତାଙ୍କୁ ବର୍ବର ଭାବେ ଗଣଦୁଷ୍କର୍ମ କରିଛନ୍ତି। ଗଣ ଦୁଷ୍କର୍ମ ପରେ ମହିଳାଜଣକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା( ଆରଜିଏଚ୍‌)ରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ପୁଲିସ ଜଣେ ନାବାଳକଙ୍କ ସହିତ ଦୁଇ ଜଣଙ୍କୁ ଗିରଫ କରିଥିବା େଳେ ଅନ୍ୟ ଦୁଇଜଣ ଫେରାର ହୋଇ ଯାଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ରାଉରକେଲା ସେକ୍ଟର ୭ ଅଞ୍ଚଳର ମୁଣ୍ଡାରିବସ୍ତିରେ ଜଣେ ୩୦ ବର୍ଷୀୟ ମହିଳା ନିଜର ଦୁଇ ପିଲାଙ୍କୁ ଧରି ରୁହନ୍ତି। ତାଙ୍କ ସ୍ୱାମୀ ଗତ କିଛି ଦିନ ହେବ ବାହାରେ ରହୁଛନ୍ତି। ଗତକାଲି ସନ୍ଧ୍ୟାରେ ମହିଳାଜଣକ ନିଜ ଘର ଭିତରେ ଥିବା ବେଳେ ସନ୍ଧ୍ୟା ପ୍ରାୟ ୮ଟା ବେଳେ ୪ ଜଣ ତାଙ୍କ ଘର ଭତରକୁ ପଶିଥିଲେ। ୪ ଜଣଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ଥିଲେ। ଏହି ୪ ଜଣ ସମସ୍ତେ ସେହି ମୁଣ୍ଡାରିବସ୍ତିରେ ରୁହନ୍ତି। ଘରେ ପଶିବା ପରେ ସମାନେ କବାଟ ଦେଇ ମହିଳାଙ୍କୁ ଭୟଭିତ କରି ଜଣକ ପରେ ଜଣେ ଗଣ ଦୁଷ୍କର୍ମ କରିଥିେଲେ। ଏପରିକି ସେମାନେ ମହିଳାଙ୍କ ସହିତ ଏପରି ହିଂସ୍ରୁକ ବ୍ୟବହାର ଦେଖାଇଥିଲେ ଯେ ସେ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ। ତେବେ ଏହି ବର୍ବରକାଣ୍ଡ ଘଟାଇବା ପରେ ଅଭିଯୁକ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ। ମହିଳାଙ୍କ ଦୁଇ ଶିଶୁ ମାଆଙ୍କର ଏପରି ଅବସ୍ଥା ଦେଖି କାନ୍ଦିବାରୁ ପଡୋଶୀମାନେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଡାକ୍ତରାଖାନାରେ ଭର୍ତ୍ତି କରିବା ସହିତ ପୁଲିସକୁ ଖବର ଦେଇଥିଲେ। ପୁଲିସ ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦୁଇଜଣଙ୍କୁ ଗିରଫ କରିଛି। ଗିରଫ ଦୁଇଜଣଙ୍କ ମଧ୍ୟରେ ଜଣେ ନାବାଳକ ଥିବା ବେଳେ ଅନ୍ୟ ଜଣକ ହେଉଛନ୍ତି ସେହି ମୁଣ୍ଡାରିବସ୍ତିର କ୍ରିଷ୍ଣା ତିର୍କୀ। ଅନ୍ୟ ଦୁଇଜଣ ଫେରାର ହୋଇଯାଇଛନ୍ତି।

ସମ୍ବନ୍ଧିତ ଖବର