ଟ୍ରକ୍‌ ଓ କାରରେ ଚାଲିଛି ଗଞ୍ଜେଇ ଚାଲାଣ, ଟେର୍‌ ପାଉନି ପୁଲିସ

ମାଲକାନଗିରି: ମାଲକାନଗିରିରେ ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ ଚାଲିଛି । ଯାହାର ଟେର ପାଉନି ପୁଲିସ। ପୁଲିସ ଓ ଅବକାରୀ ବିଭାଗ ଆଖିରେ ଧୂଳି ଦେଇ ଗଞ୍ଜେଇ ମାଫିଆ ଟ୍ରକ୍‌ ଓ କାରରେ ଗଞ୍ଜେଇ ଚାଲାଣ କରୁଛନ୍ତି । ଏଭଳି ଚାଲାଣ ହେଉଥିବା ୧୧ କୁଇଣ୍ଟାଲ ଗଞ୍ଜେଇ ମାଲକାନଗିରି ଅବକାରୀ ବିଭାଗ ଜବତ କରିଛି ।

ସୂଚନାଯୋଗ୍ୟ, ଏସବୁ ଗଞ୍ଜେଇ ମାଲକାନଗିରି ଦେଇ ରାୟପୁରକୁ ଚାଲାଣ ହେଉଛି। ଅବକାରୀ ବିଭାଗ ପଦ୍ମଗିରି ନିକଟରେ ଚଢାଉ କରି ଗୋଟିଏ ଟ୍ରକରୁ ୧୦ କୁଇଣ୍ଟାଲ ଓ ଗୋଟିଏ କାରରୁ ଗୋଟିଏ କୁଇଣ୍ଟାଲଗଂଜେଇ ଜବତ କରିଛି। ଅବକାରୀ ବିଭାଗ ଜବତ କରିଥିବା ଗଞ୍ଜେଇର ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସମ୍ବନ୍ଧିତ ଖବର