ଗଞ୍ଜେଇ ଚାଲାଣ କରୁଥିବା ୨ ବେଙ୍ଗାଲୁରୁ ଯୁବକ ଗିରଫ, ତିନିଟି ବିଦେଶୀ ମୁଦ୍ରା ଓ ମୋବାଇଲ ଜବତ

ଫୁଲବାଣୀ: ଫୁଲବାଣୀରେ ଗଞ୍ଜେଇ ଚାଲାଣ ବେଳେ ଫିରିଙ୍ଗିଆ ଛକରୁ ପୁଲିସ ୨ଜଣ ଯୁବକଙ୍କୁ ଗିରଫ କରିଛି। ଗିରଫ ଦୁଇ ଯୁବକ ବେଙ୍ଗାଲୁରୁ ଯୁବକ ବୋଲି ଜଣାପଡ଼ିଛି। ଏମାନଙ୍କଠାରୁ ପୁଲିସ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ଜବତ ହୋଇଥିବା ଗଞ୍ଜେଇ ମୂଲ୍ୟ ପାଖାପାଖି ୭୦ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଇଛି। ଏଥିସହିତ ଗଞ୍ଜେଇ ଚାଲାଣ କରୁଥିବା ଦୁଇ ବେଙ୍ଗାଲୁରୁ ଯୁବକଙ୍କ ଠାରୁ ପୁଲିସ ତିନିଟି ବିଦେଶୀ ମୁଦ୍ରା ଓ ତିନିଟି ମୋବାଇଲଫୋନ୍‌ ଜବତ କରିଛି।

ସମ୍ବନ୍ଧିତ ଖବର