ସରକାରୀ ଅଫିସ୍‌ରେ ଯୁବତୀଙ୍କୁ ଗଣଦୁଷ୍କର୍ମ : ବୟାନ ଆଧାରରେ ୨ ଗିରଫ, ଅଚେତ ଅବସ୍ଥାରେ ଉଦ୍ଧାର ପରେ ଜଣାପଡ଼ିଲା

ବୁଗୁଡ଼ା/ଭଂଜନଗର : ଗଂଜାମ ଜିଲ୍ଲା ବୁଗୁଡ଼ଶ ସହରରେ ଏକ ସରକାରୀ କାର୍ଯ୍ୟାଳୟର ଗୋଟିଏ କୋଠରୀରେ କେହି ନଥିବା ବେଳେ ଜଣେ ବାପ ଛେଉଣ୍ଡ ଅସହାୟ ଯୁବତୀଙ୍କୁ ଖାଦ୍ୟରେ ନିଶା ଦେଇ ଗଣଦୁଷ୍କର୍ମ ଘଟଣା ସମଗ୍ର ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି। ମାଆ ଛାଡ଼ି ଚାଲି ଯାଇଥିବା ଓ ପରିବାରର ଅନ୍ୟ ସଦସ୍ୟଙ୍କ ନିର୍ଯାତନାରେ ଅତିଷ୍ଠ ଯୁବତୀ ଜଣକ ନିଜ ଜୀବନ ହାରିବାକୁ ଯାଉଥିବା ବେଳେ ତାଙ୍କ ଜୀବନ ରକ୍ଷା କରିବା ବାହାନାରେ ପ୍ରେମ ଜାଲରେ ଫସାଇ ଅଭିଯୁକ୍ତ ବୁଗୁଡ଼ାର ଜଣେ ଅଟୋ ଚାଳକ ନିଜ ସାଙ୍ଗ ମାନଙ୍କ ସହ ମିଶି ଦୁଷ୍କର୍ମ କରିଥିବା ଭଳି ସମ୍ବେଦନଶୀଳ ଘଟଣା ବୁଗୁଡା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଗତ ୧୫ଦିନ ତଳେ ଯଦିଓ ଗଣଦୁଷ୍କର୍ମ ସଂଘଟିତ ହୋଇଥିଲା, କ୍ରମାଗତ ଅସୁସ୍ଥତା ଭୋଗୁଥିବା ଯୁବତୀ ଜଣକ ଆଜି ସଂପୃକ୍ତ ଅଟୋ ଚାଳକକୁ ଭେଟିବାକୁ ବୁଗୁଡ଼ା ଆସିଥିବା ବେଳେ ଅଚେତ ହୋଇ ରାସ୍ତାରେ ପଡ଼ିଯିବା ଏବଂ ପୁଲିସ ହସ୍ତକ୍ଷେପ କରି ଡାକ୍ତରଖାନା ନେବା ପରେ ଯୁବତୀଙ୍କ ବୟାନରୁ ସମଗ୍ର ଘଟରା ଲୋକଲୋଚନକୁ ଆସିଛି। ଯୁବତୀ ଜଣକ ଆଜି ବୁଗୁଡ଼ା ଆସିଥିଲେ ଅଭିଯୁକ୍ତ ରାଜା ପାଣିକୁ ଭେଟିବାକୁ। ବୁଗୁଡ଼ା ହାଇସ୍କୁଲ ଛକରେ ହଠାତ ଅଚେତ ହୋଇ ତଳେ ପଡି ଯାଇଥିଲେ। ଲୋକେ ଜମା ହେବା ସହ ବୁଗୁଡା ପୁଲିସକୁ ସୂଚନା ଦେଇଥିଲେ। ବୁଗୁଡା ପୁଲିସ ପହଞ୍ଚି ପୀଡ଼ିତା ଯୁବତୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା କରାଇଥିଲେ। ଡାକ୍ତରଖାନାରେ ଚେତା ଫେରିବା ପରେ ପୀଡ଼ିତା ଯୁବତୀ ଦେଇଥିବା ବୟାନ ରେକଡ଼ଁ କରିବା ପରେ ପୁଲିସ ଏହି ମାମଲାରେ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବୋଲି ଭଂଜନଗର ଏସଡିପିଓ ଉତ୍କଳ କେଶରୀ ଦାଶ କହିଛନ୍ତି।

ଯୁବତୀ ଜଣକ ପୁଲିସ ଆଗରେ ଘଟଣା ବିଷୟରେ ବୟାନ ଦେଇଛନ୍ତି ବୋଲି ଭଂଜନଗର ଏସଡିପିଓ ଉତ୍କଳ କେଶରୀ ଦାଶ କହିଛନ୍ତି। ଯୁବତୀଙ୍କ ବୟାନ ମୁତାବକ ଅଟୋ ଚାଳକ ରାଜା ପାଣି, କାଳିଆ ମହାରାଣାଙ୍କୁ ଗିରଫ କରିଥିବା ଏସଡିପିଓ କହିଛନ୍ତି। ପୀଡ଼ିତା ଯୁବତୀଙ୍କ ଡାକ୍ତରୀ ମାଇନା ଆଜି ବୁଗୁଡ଼ା ଡାକ୍ତରଖାନାରେ କରାଯାଇଛି।

ସମ୍ବନ୍ଧିତ ଖବର