ଡିକି ଭାଙ୍ଗି ୫୦ ହଜାର ଲୁଟ୍‌

ଛତ୍ରପୁର: ଛତ୍ରପୁର ଥାନା ଅନ୍ତର୍ଗତ ଶାନ୍ତିନଗର,ରାମକୃଷ୍ଣ ନଗର ଅଞ୍ଚଳର ଭାରତୀଭୂଷଣ ତ୍ରିପାଠୀଙ୍କ ଗାଡି ଡିକି ଭାଂଗି ୫୦ ହଜାର ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଛତ୍ରପୁର ଥାନା ଅନ୍ତର୍ଗତ ବଉଳଗାଁ ପଞ୍ଚାୟତ ଭାଗିରଥୀପୁର ଗ୍ରାମର ଶ୍ରୀ ତ୍ରିପାଠୀ ଛତ୍ରପୁର ଷ୍ଟେଟ୍‌ ବ୍ୟାଙ୍କରୁ ୫୦ ହଜାର ଟଙ୍କା ଉଠାଇଥିଲେ। ପରେ ସେ ଶାନ୍ତିନଗର ସ୍ଥିତ ରାମକୃଷ୍ଣ ନଗରରେ ରହୁଥିବା ତାଙ୍କ ଭାଇ ଉପେନ୍ଦ୍ର ତ୍ରିପାଠୀଙ୍କ ପାଖକୁ ଯାଇଥିଲେ । ଏହି ସମୟରେ ଦୁର୍ବୃତ୍ତମାନେ ତାଙ୍କ ବାଇକ୍‌ ନଂ ଓଆର୍‌୦୨ଏ ୨୦୫୫ର ଡ଼ିକି ଭାଙ୍ଗି ଟଙ୍କା ଲୁଟ୍‌ କରିନେଇଥିାଲ। ଏହା ପୂର୍ବରୁ ଛତ୍ରପୁର ସହରରୁ ଜଣେ ବ୍ୟବୟାସୀଙ୍କୁ ଆକ୍ରମଣ କରି ୧୦ ଲକ୍ଷ ଟଙ୍କା ଲୁଟିଥିଲେ । ସେହିପରି ଉପଖଣ୍ଡ ଚିକିତ୍ସାଳୟ ନିକଟ ଔଷଧ ଦୋକାନ ଠାରୁ ଦୁଇଥର ଲେଖାଁଏ ଗାଡ଼ି ଡ଼ିକି ଭାଙ୍ଗି ଦୁର୍ବୃତ୍ତ ସହଜରେ ଲୁଟ୍‌ କରୁଥିଲେ ହେଁ ପୁଲିସ ଲୁଟେରାଙ୍କୁ ଧରିବାରେ ବିଫଳ ହୋଇଛି।

ସମ୍ବନ୍ଧିତ ଖବର