ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଦୁଇ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର: ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗଞ୍ଜାମ ପୁଲିସ ଗିରଫ କରିଛି | ଏହି ଦୁଇ ଯୁବକଙ୍କ ନାମ ଜନାର୍ଦ୍ଦନ ବେହେରା ଓ ମିଥୁନ ଦାସ ବୋଲି ଜଣାପଡିଛି | ମିଳିଥିବା ସୂଚନା ମୁତାବକ ଜାନୁୟାରୀ ୧୦ ତାରିଖ ଦିନ ୧୪ ବର୍ଷର ନାବାଳିକା ଜଣକ ଶୌଚ ହେବାକୁ ବାହୁଡା ନଦୀ କୂଳକୁ ଯାଇଥିବା ବେଳେ ସେହି ଗାଁର ଜନାର୍ଦ୍ଦନ ବେହେରା ଓ ତାଙ୍କ ସାଙ୍ଗ ମିଥୁନ ଦାସ ତାଙ୍କୁ ଜୋର ଜବରଦସ୍ତ ଓଢଣିରେ ବାନ୍ଧି ପକାଇ ଦୁଷ୍କର୍ମ କରିଥିଲେ।

ଦୁଇ ଅଭିଯୁକ୍ତ ନାବାଳିକାଙ୍କୁ ଧରି ତାଙ୍କୁ ଓଢ଼ଣିରେ ବାନ୍ଧି ପକାଇବା ପରେ  ନିଶା ଦ୍ରବ୍ୟ ମିଶିଥିବା ଏକ ପାନୀୟ ପିଆଇ ଦେଇଥିଲେ | ଏହା ପରେ ନାବାଳିକାକୁ ଦୁଷ୍କର୍ମ କରି ଫେରାର ହୋଇଯାଇଥିଲେ | ପୀଡ଼ିତା ଚେତା ଫେରି ପାଇବା ପରେ ଘରେ ଆସି ଏ ବାବଦରେ କହିଥିଲା |

ପରେ ଝିଅର ପରିବାର ଲୋକ ମେରାଇନ ଥାନାରେ ଅଭିଯୋଗ କରିଥିଲେ | ପୁଲିସ ଏହି ଘଟଣାରେ ତଦନ୍ତ କରି ଗତକାଲି ଦୁଇଜଣଙ୍କୁ ଗିରଫ କରିଥିଲା | ଅଭିଯୁକ୍ତଙ୍କ ନାମରେ ଆଇପିସିର ଧାରା  ୩୬୩, ୩୨୩, ୩୭୬(ଡି)(ଏ) ସହ ପୋସକୋ ଆଇନରେ ମାମଲା ରୁଜୁ କରିଛି | ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର