ଗଞ୍ଜାମ: ଖୋଲାରେ ମଳତ୍ୟାଗ କରୁଥିବାରୁ ୨୪ ପରିବାରକୁ ରାସନ ବନ୍ଦ କଲେ ସରପଞ୍ଚ

ବ୍ରହ୍ମପୁର: ବାହାରେ ମଳତ୍ୟାଗ କରିବା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଗଞ୍ଜାମ ସରପଞ୍ଚ ସୁଶାନ୍ତ ସ୍ୱାଇଁ ସଂପୃକ୍ତ ଅଞ୍ଚଳର ୨୪ ପରିବାରକୁ ରାସନ ଦେବାକୁ ମନା କରି ଦେଇଛନ୍ତି।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‌(ଏନ୍‌ଏଫ୍‌ଏସ୍‌ଏ) ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ୍‌(ଏସ୍‌ଏଫ୍‌ଏସ୍‌ଏ) ଅଧୀନରେ ଜିଲ୍ଲାର ସାନଖେମୁଣ୍ଡି ବ୍ଲକ୍‌ର ଗୌତମୀ ପଞ୍ଚାୟତରେ ମିଳୁଥିବା ମାସିକ ରାସନ ଅକ୍ଟୋବର ୨୭ ଓ ୨୮ ତାରିଖରେ ମିଳିଯାଇଛି। ହେଲେ ପାଇଖାନା ନକରି ପଦାରେ ଶୌଚ ଯାଉଥିବା ହେତୁ ୨୪ ପରିବାର ଏହି ରାସନ ପାଇବାରୁ ବଞ୍ଚିତ ହୋଇଛନ୍ତି।

The Hindu

ବାହାରେ ଶୌଚ ନକରି ନିଜ ଘରେ ପାଇଖାନା କରିବା ପାଇଁ ଗ୍ରାମବାସୀମାନଙ୍କୁ ଉତ୍ସାହିତ କରିବାକୁ ଏପରି ପଦକ୍ଷେପ ନିଆଯାଇଛି ବୋଲି ସରପଞ୍ଚ କହିଛନ୍ତି। ଏହି ତଦାରଖ କରିବେ ସ୍ୱୟଂ ସହାୟକ ଗୋଷ୍ଠୀର ୩୦୦ ଜଣ ମହିଳା। କେଉଁ ପରିବାର ସଦସ୍ୟ ବାହାରେ ଶୌଚ ଯାଉଛନ୍ତି ସେମାନେ ସେ ସଂପର୍କରେ ସୂଚନା ପ୍ରଦାନ କରିବେ।

ଗୌତମୀ ପଞ୍ଚାୟତରେ ସମୁଦାୟ ୨୦୦୦ ପରିବାର ଅଛନ୍ତି। ସେମାନଙ୍କ ମଧ୍ୟରୁ ୧୮୦ ଘରେ ପାଇଖାନା ନାହିଁ। ସେମାନେ ରାସ୍ତା କଡ଼ କିମ୍ବା କୌଣସି ଖୋଲା ସ୍ଥାନରେ ଶୌଚ ଯାଇଥାନ୍ତି। ଏହି ସମସ୍ୟାକୁ ଦୂରେଇବା ପାଇଁ ଅକ୍ଟୋବର ୨୦ରେ ପଞ୍ଚାୟତ ଅଫିସରେ ହୋଇଥିବା ଏକ ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି ଯେ ଯେଉଁମାନଙ୍କ ଘରେ ପାଇଖାନା ନାହିଁ ସେମାନଙ୍କୁ ରାସନ ମିଳିବ ନାହିଁ।

ସମ୍ବନ୍ଧିତ ଖବର