ଗଞ୍ଜାମ: ୩ ମାମଲାରେ ୨୧ ଜୁଆଡି ଗିରଫ, ୪୦ ହଜାର ଟଙ୍କା ଜବତ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଥାନା ପୁଲିସ ୩ଟି ମାମଲା ରୁଜୁ କରି ୨୧ ଜୁଆଡିିଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁସାରେ ପୁଲିସ ଅଢ଼େଇ ଗାଁ କେସ୍‌ ନମ୍ବର ୩୫୭/୧୮ରେ ୪ ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ୬୭୪୦ ଟଙ୍କା ଜବତ କରିଛି। ବିଏଲ୍‌ଏସ୍‌ ପୁର କେସ୍‌ ନମ୍ବର ୩୫୮/୧୮ରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ୧୦,୧୫୦ ଟଙ୍କା ଜବତ କରିଥିବା ବେଳେ, ସାନକୋଦଣ୍ଡାରେ ୩୫୯/୧୮ ମାମଲାରେ ୧୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ୨୩,୪୭୦ ଟଙ୍କା ଜବତ କରିଛି ବୋଲି ଭଞ୍ଜନଗର ଆଇଆଇସି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର