ଗଞ୍ଜାମ: ଗୁଣି ଗାରେଡି ସନ୍ଦେହରେ ଆକ୍ରମଣ, ୨ ଅଟକ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲାର ହିଂଜିଳି ଥାନା ଅନ୍ତର୍ଗତ ଦୁର୍ବନ୍ଧ ଓ ସାଉଁଳେଈ ଛକ ନିକଟରେ ଶୁକ୍ରବାର ଆକ୍ରମଣ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଗୁଣି ଗରେଡି ସନ୍ଦେହରେ ଏଠାରେ ୩ ଜଣ ଲୋକଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଛି। ଗୋଟିଏ ପରିବାରର ୩ ଜଣ ମହିଳା ଓ ଜଣେ ପୁରୁଷଙ୍କ ସମେତ ଗୁଣିଆ ଆକ୍ରମଣର ଶିକାର ହୋଇଛନ୍ତି। ପୁଲିସ ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଉଦ୍ଧାର କରିଛି। ଗୁରୁତର ଆହତ ଚାନ୍ଦୁଲି ଗାଁର ଗୁଣିଆ ଭଗବାନ ସାହୁ। ଘଟଣାରେ ଦୁର୍ବନ୍ଧ ଗାଁର ୪୦ ରୁ ୫୦ ଜଣ ଉଭୟ ପୁରୁଷ ଓ ମହିଳା ସାମିଲ ଅଛନ୍ତି। ଦୁଇ ଜଣଙ୍କୁ ପୋଲିସ ଥାନାରେ ଅଟକ ରଖି ଜେରା କରୁଛି l

ଭଗବାନ ସାହୁଙ୍କ ଅଭିଯୋଗ ଅନୁସାରେ ଆଜି ଅପରାହ୍ନ ୧ଟାରେ ଦୁର୍ବନ୍ଧ ଗ୍ରାମର ସଞ୍ଜୟ ସାହୁ, ଝଡ଼ିଆ ସାହୁ, ଗଙ୍ଗା ବେହେରା, ସାଗର ବେହେରା, ଦୁର୍ଗା ମହାପାତ୍ର ଓ ତାଙ୍କର କିଛି ସ‌ହଯୋଗୀ ମୋ ଘରକୁ ଆସି ଅଭଦ୍ର ଭାଷାରେ ଗାଳି ଦେଇଥିଲେ। ସେମାନେ ଲୁହାର ରଡରେ ମରଣାନ୍ତକ ଆକ୍ରମଣ କରିଥିଲେ। ଚେତାଶୂନ୍ୟ ହେବା ପରେ ମୋତେ ଛାଡ଼ି ଯାଇଥିଲେ।

ସମ୍ବନ୍ଧିତ ଖବର