ନାବାଳିକାଙ୍କୁ ଚେଙ୍କ : ସାବତ ମା’ ସମେତ ୬ ଗିରଫ

ବ୍ରହ୍ମପୁର : ବ୍ରହ୍ମପୁର ସହରରେ ଜଣେ ନାବାଳିକାଙ୍କୁ ଚେଙ୍କ ଦେବା ଘଟଣାରେ ବୈଦ୍ୟନାଥପୁର ଥାନା ପୁଲିସ ୬ଜଣ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ମହିଳାଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ପୀଡ଼ିତା ନାବାଳିକାଙ୍କ ସାବତ ମା’ ଗୁରୁବାରୀ ସାହୁଙ୍କ ସମେତ ତାଙ୍କୁ ସହଯୋଗ କରିଥିବା ପୀଡ଼ିତାଙ୍କ ମାଉସୀ ସୁକାନ୍ତି ସାହୁ ଓ ପଡ଼ୋଶୀ କେ.ରତ୍ନାଲୁ, କେ. ମହଲକ୍ଷ୍ମୀ ରେଡ୍ଡି, ଜି. ଲିଲାବତୀ ଓ ଏ. ଜାଗମ୍ମା ରେଡ୍ଡି ଥିବା ପୁଲିସ କହିଛି। ସୂଚନା ଅନୁସାରେ ଚାଇଲଡ୍‌ ଲାଇନ୍‌ ଟିମ୍‌ ପୁଲିସ ସହାୟତାରେ ଗତକାଲି ପୀଡ଼ିତାଙ୍କୁ ଉଦ୍ଧାର କରି ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ।

ସମ୍ବନ୍ଧିତ ଖବର