ଏସିଡ୍‌ ପୀଡ଼ିତାଙ୍କ ଅଭିଯୁକ୍ତ  ସ୍ୱାମୀ ଧରାପଡ଼ିଲା : ୪ ମାସ ପରେ ମୁମ୍ବାଇରୁ ଗିରଫ

ବ୍ରହ୍ମପୁର : ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଛାତ୍ରୀଙ୍କୁ ଏସିଡ୍‌ ପିଙ୍ଗି ଫେରାର୍‌ ହୋଇଥିବା ଅଭିଯୁକ୍ତ ସ୍ୱାମୀକୁ ଦୀର୍ଘ ୪ମାସ ମାସ ପରେ ପୁଲିସ କାବୁ କରିବାରେ ସକ୍ଷମ ହୋଇଛି। ବ୍ରହ୍ମପୁର ଜିଲ୍ଲା ପୁଲିସ ଦ୍ୱାରା ଗଠିତ ସ୍ୱତନ୍ତ୍ର ସ୍କ୍ଵାଡ୍‌ ନାଭି ମୁମ୍ବାଇର କୋପ୍ରିଗାଁଓ ସେକ୍ଟ-୨୬, ଭାସି ଅଂଚଳରୁ ଗିରଫ କରାଯାଇଛି। ସେଠାରେ ସେ ନାଁ ବଦଳାଇ ଡେଲିଭର୍‌ ବୟ ଭାବେ କାମ କରୁଥିଲା ବୋଲି ପୁଲିସ୍‌ ସୂଚନା ଦେଇଛି।  ଗିରଫ ଅଭିଯୁକ୍ତ ହେଲେ ପୋଲସରା କଳମ୍ବ ରୋଡ଼ ନିବାସୀ ଭଗବାନ ପ୍ରଧାନଙ୍କ ପୁଅ ନିରଞ୍ଜନ ପ୍ରଧାନ। ଗତବର୍ଷ ଗତ ମେ ୭ ତାରିଖରେ ସେ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଏ.ବରିଡ଼ା ଗ୍ରାମର ବିପିନ ପ୍ରଧାନଙ୍କ ଝିଅ ମିନତୀଙ୍କୁ ବାହା ହୋଇଥିଲେ। ମିନତୀ ଏମ୍‌କେସିଜି ମେଡିକାଲ ଡିଏମ୍‌ଏଲ୍‌ଟି(ଡିପ୍ଲୋମା ଇନ୍‌ ମେଡିକାଲ ଲାବୋଟାରି ଟେକ୍ନୋଲୋଜି) ବିଭାଗର ଶେଷ ବର୍ଷ ଛାତ୍ରୀ। ନିରଞ୍ଜନ ପୋଲସରାରେ ଏକ ଜନସେବା କେନ୍ଦ୍ର କରିଥିଲେ। କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।  ଗତ ନଭେମ୍ବର ୧୬ ତାରିଖରେ ଏମକେସିଜି ମେଡିକାଲ କଲେଜ ପରିସରରେ ନିରଞ୍ଜନ ପତ୍ନୀ ମିନତୀଙ୍କୁ ଡାକି  ତାଙ୍କ ଉପରକୁ ଏସିଡ୍‌ ପିଙ୍ଗି ଫେରାର୍‌ ହୋଇଯାଇଥିଲେ।

ସମ୍ବନ୍ଧିତ ଖବର