ଭଞ୍ଜନଗର : ବଧୂ ହତ୍ୟା ନେଇ ଥାନାରେ ଅଭିଯୋଗ, ଶଶ୍ମାନରୁ ହାଡ ଓ ପାଉଁଶ ସଂଗ୍ରହ କଲେ ସାଇଣ୍ଟିଫିକ୍ ଟିମ

ଭଞ୍ଜନଗର: ଭଞ୍ଜନଗର ଥାନା ଅନ୍ତର୍ଗତ ସ୍ଥାନୀୟ ବଡତୋଟା ସାହିରେ ଜଣେ ବଧୂକୁ ହତ୍ୟା କରିଦେଇଥିବା ଘଟଣା ସାମନାକୁ ଆସିଛି। ସ୍ଥାନୀୟ ବଡତୋ୍ଟା ସାହିର ରଞ୍ଜିତ ନାହାକଙ୍କ ପତ୍ନୀ ଆରତୀ ନାହାକଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କୁ ଶଶୂର ଘର ଲୋକେ ହତ୍ୟା କରି ଦେଇଥିବା ନେଇ ଆରତୀଙ୍କ ଭାଇ ଗୌତମ ନାହାକ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ଥାନାରେ ମାମାଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି। ଏହି ଘଟଣାର ଛାନଭିନ ପାଇଁ ଛତ୍ରପୁରରୁ ସାଇଣ୍ଟିଫିକ୍ ଟିମ ଆସି ଶ୍ମଶାନରୁ ହାଡ ଓ ପାଉଁଶ ଜବତ କରିଛି। ଏହି ମାମାଲାରେ ପୁଲିସ ଶଶୂର ଘର ଲୋକଙ୍କୁ ପଚରାଉଚୁରା କରୁଥିବା ନେଇ ଜଣାପଡିଛି ।

ସୂଚନା ଅନୁଯାୟୀ, ଗତ ୧୬ ତାରିଖ ସକାଳୁ ରଞ୍ଜିତ ନାହାକଙ୍କ ପତ୍ନୀ ଆରତୀର ମୃତ୍ୟୁ ହୋଇଥିଲା। ଏନଇେ ଆରତୀଙ୍କ ପରିବାରବର୍ଗଙ୍କୁ ଖବର ଦେଇଥିଲେ। ଏହାପରେ ଅପରାହ୍ନରେ ନେଇ ସାହି ନିକଟସ୍ଥ ଶ୍ମଶାନରେ ଆରତୀଙ୍କ ଶବ ଶତ୍କାର କରିଥିଲେ। ରଞ୍ଜିତଙ୍କ ପରିବାରବର୍ଗ ନିର୍ଯ୍ୟାତନା ଦେଇ ହତ୍ୟା କରିଥିବା ନେଇ ଆରତୀର ଭାଇ ଗୌତମ ଗତକାଲି ରାତିରେ ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ। ଏଥିରେ ସ୍ବାମୀଙ୍କ ସମେତ ଶଶୂର, ଶାଶୁ, ଦେଢ଼ଶୂର ଓ ଜାଆ ସମ୍ପୃକ୍ତି ରହିଥିବା ନେଇ ଅଭିଯୋଗ କରିଛନ୍ତି। ଏନେଇ ଥାନାରେ ୩୫୯/୧୯ ନମ୍ବରରେ ମାମାଲା ରୁଜୁ କରିଛି। ଏହି ମାମାଲରେ ପୁଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଆଜି ଛତ୍ରପୁରରୁ ସାଇଣ୍ଟିଫିକ ଟିମ ଆସି ତଦନ୍ତ କରିଛନ୍ତି। ଏହି ସାଇଣ୍ଟିଫିକ୍ ଟିମ ଶଶ୍ମାନ ଯାଇ ସେଠାରୁ ହାଡ ଓ ପାଉଁଶ ଜବତ କରି ପରୀକ୍ଷା ପାିଇଁ ନେଇଛନ୍ତି। ଏହି ଘଟଣାରେ ପୁଲିସ ରଞ୍ଜିତଙ୍କ ପରିବାରବର୍ଗକୁ ଥାନାରେ ପଚାରାଉଚୁରା କରୁଥିବା ନେଇ ଜଣାପଡିଛି ।

ସମ୍ବନ୍ଧିତ ଖବର