ଚଳନ୍ତା ଟ୍ରେନ୍‌ରୁ ଟାଣି ଟିଟିଇଙ୍କୁ ମାଡ଼ ମହଙ୍ଗା ପଡ଼ିଲା : ଜେଲ୍‌ ଗଲେ ଇନ୍‌ସ୍ପେକ୍ଟର୍‌

ବ୍ରହ୍ମପୁର : ବିନା ଟିକେଟ୍‌ରେ ଏସି ବଗିରେ ଯାତ୍ରା କରିବା, ଚଳନ୍ତା ଟ୍ରେନ୍‌ରେ ଡ୍ୟୁଟିରେ ଥିବା ଟିଟିଇଙ୍କୁ ଟ୍ରେନ୍‌ରୁ ପ୍ଲାଟଫର୍ମକୁ ଘୋଷାଡ଼ି ଆଣି ମାଡ଼ ମାରିବା ବ୍ରହ୍ମପୁର ଜିଆର୍‌ପି ଥାନାର ଆଇଆଇସି ରାଜେନ୍ଦ୍ର କୁମାର ମୁଣ୍ଡାଙ୍କୁ ମହଙ୍ଗା ପଡ଼ିଛି। ଆଇଆଇସି ମୁଣ୍ଡାଙ୍କୁ ଆଜି ବ୍ରହ୍ମପୁର ଜିଆର୍‌ପି ପୁଲିସ ଗିରଫ କରି କୋର୍ଟଚାଲାଣ କରଛି। ଜାମିନ୍‌ ନାମଂଜୁର କରି ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପ୍ରକାଶଥାଉକି, ଗତ ୧୬ ତାରିଖରେ ବିନା ଟିକେଟରେ ଯାତ୍ରାକୁ ନେଇ ଖୋର୍ଦ୍ଧା ଷ୍ଟେସନ୍‌ ପରେ ପୁରୁଲିଆ-ଭିଲିପୁରମ୍‌ ଟ୍ରେନ୍‌ରେ ଟିଟିଇ ଡି.କିରଣ ସାଗରଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏହି ଘଟଣାରେ ରାଜ୍ୟ ପୁଲିସ୍‌ ମହାନିର୍ଦ୍ଦେଶକ ଇନ୍‌ସ୍ପେକ୍ଟର୍‌ ମୁଣ୍ଡାଙ୍କୁ ୧୭ତାରିଖରେ ନିଲମ୍ବନ କରିଥିଲେ।

ସମ୍ବନ୍ଧିତ ଖବର