ଗଞ୍ଜାମରେ ବୋମାମାଡ଼: ୨ ଆହତ

ଛତ୍ରପୁର/ଗଞ୍ଜାମ : ଗଞ୍ଜାମ ସାନବଜାର ଛକ ଠାରେ ଆଜି ସନ୍ଧ୍ୟା ପ୍ରାୟ ୭ଟା ବେଳେ ଗଞ୍ଜାମ ଏନ୍ଏସି ପୂର୍ବତନ ସାଂସଦ ପ୍ରତିନିଧି ସୁଧୀର ପାଢୀଙ୍କ ବୋଲେରୋ (ଓଆର୍୦୭-ଏଲ୍-୦୦୦୩) ଉପରକୁ କିଛି ଦୁର୍ବୃତ୍ତ ବୋମାମାଡ଼ କରିଛନ୍ତି। ଏଥିରେ ସୁଧୀର ଓ ତାଙ୍କ ଡ୍ରାଇଭର ଗଣେଶ ବାରିକ ଆହତ ହୋଇଛନ୍ତି। ଗଣେଶଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଛି।

ସାନବଜାର ଛକରେ ସୁଧୀର ଗାଡ଼ି ରଖି ଛିଡ଼ା ହୋଇ କିଛି ଲୋକଙ୍କ ସହ କଥା ହେଉଥିବାବେଳେ ଡ୍ରାଇଭର ଗଣେଶ ବି ସେଠାରେ ଉପସ୍ଥିତ ଥିଲେ। ଏହି ସମୟରେ ଅଚାନକ ଦୁଇଜଣ ଯୁବକ ଗୋଟିଏ ବାଇକରେ ଆସି ଗାଡ଼ିକୁ ଟାର୍ଗେଟ କରି ଦୁଇଟି ବୋମା ଫୋପାଡ଼ିଥିଲେ। ଫଳରେ ଉଭୟ ଆହତ ହୋଇଥିଲେ। ଗଣେଶଙ୍କ ମୁଣ୍ତକୁ ଶକ୍ତ ଆଘାତ ଲାଗିଥିବାବେଳେ ବୋମାମାଡ଼ରେ ଗାଡିର ଡୋର୍ ଗ୍ଲାସ୍‌ ଭାଙ୍ଗି ଆଖି ଏବଂ ଶରୀରର ବିଭିନ୍ନ ଜାଗାରେ କ୍ଷତବିକ୍ଷତ ହୋଇଥିଲା। ଉଭୟଙ୍କୁ ପ୍ରଥମେ ଗଞ୍ଜାମ ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ ଗଣେଶଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଛତ୍ରପୁର ଉପଖଣ୍ଡ ଡାକ୍ତରଖାନା ନିଆଯାଇ ସେଠାରୁ ବ୍ରହ୍ମପୁର ବଡ଼ମେଡିକାଲ ପଠାଯାଇଥିଲା।

ସମ୍ବନ୍ଧିତ ଖବର