କିରାଣୀଙ୍କ ଜରିଆରେ ଲାଞ୍ଚ : ଅତିରିକ୍ତ ତହସିଲଦାର ଗିରଫ

ବୁଗୁଡ଼ା : ଭିଜିଲାନ୍ସ ଜାଲରେ ଆଜି ଧରା ପଡ଼ିଛନ୍ତି ଗଂଜାମ ଜିଲ୍ଲା ବୁଗୁଡ଼ା ଅତିରିକ୍ତ ତହସିଲଦାର। ମ୍ୟୁଟେସନ ମାମଲାରେ ହିତାଧିକାରୀଙ୍କ ଠାରୁ ୬ ହଜାର ଟଙ୍କା ଉତ୍କୋଚ ଦାବି କରିଥିଲେ ଓ ନିଜ କାର୍ଯ୍ୟାଳୟର କିରାଣୀଙ୍କ ଜରିଆରେ ଲାଞ୍ଚ ଟଙ୍କା ଗ୍ରହଣ କରିବା ଅଭିଯୋଗରେ ବୁଗୁଡ଼ା ତହସିଲଦାର ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ଦିବାକର ପାତ୍ରଙ୍କୁ ଭିଜିଲାନ୍ସ ଗିରଫ କରିଛି। ଗିରଫ ପରେ ଭିଜିଲାନ୍ସ ତାଙ୍କୁ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର