ଅପହୃତ ବ୍ୟବସାୟୀଙ୍କ ଶବ ମିଳିଲା : ଗୁଳିରୁ ବର୍ତ୍ତିଲେ, ୪କିମି ଗୋଡ଼ାଇ ହାଣି ହତ୍ୟା

ଶେରଗଡ଼ : ଗଂଜାମ ଜିଲ୍ଲା ଶେରଗଡ଼ ଥାନା କୁୁରୁଳା-ମହିରିକଣା ରାସ୍ତାରେ ହିଞ୍ଜିଳିକାଟୁର ଯୁବ ବ୍ୟବସାୟୀ ଲକ୍ଷ୍ମୀ ଦାଶଙ୍କ ଉପରକୁ ଗତକାଲି ରାତିରେ ଗୁଳିଚାଳନା ଓ ଖଣ୍ତାରେ ହାଣି ହତ୍ୟା ଉଦ୍ୟମ ହୋଇଥିଲା। ଏହାପରେ ସେ ନିଖୋଜ ହୋଇ ଯାଇଥିଲେ। ଆଜି ସକାଳୁ ପୁଲିସ ତାଙ୍କ ଶବକୁ ଗୋଠଗାଁ ପୁରୁଣା ମଦଭାଟି ରାସ୍ତା ଘୋଡ଼ାହାଡ଼ ନଦୀହୁଡ଼ାରୁ ଉଦ୍ଧାର କରିଛି। ଲକ୍ଷ୍ମୀ ଗତକାଲି ରାତି ପ୍ରାୟ ୮ଟା ବେଳେ କୁରୁଳା-ମହିରିକଣା ରାସ୍ତାରେ ବାଇକରେ ଆସୁଥିବାବେଳେ ତାଙ୍କୁ ଅଟକାଯାଇ ଏକରାଉଣ୍ତ ଗୁଳିଚାଳନା କରାଯାଇଥିଲା। କିନ୍ତୁ ଗୁଳି ଲକ୍ଷ୍ୟଭ୍ରଷ୍ଟ ହେବା ପରେ ବାଇକରୁ ପଡ଼ିଯାଇ ଲକ୍ଷ୍ମୀ ପ୍ରାଣ ବିକଳରେ ଦୌଡ଼ି ଥିଲେ। ଦୁବୃର୍ତ୍ତ ମାନେ ତାଙ୍କୁ ୪ କିଲୋମିଟର ଗୋଡ଼ାଇ ଖଣ୍ତାରେ ହାଣି ହତ୍ୟା କରିଥିଲେ। ଘଟଣାସ୍ଥଳରେ ଫରେନସିକ ଟିମ୍‌ ଓ ସନ୍ଧାନୀ କୁକୁର ପହଞ୍ଚି ତଦନ୍ତ କରିଥିବା ବେଳେ ଏନେଇ ଶେରଗଡ଼ ଥାନାରେ କେସ ନମ୍ବର ୯୯ ଅନୁସାରେ ଏକ ମାମଲା ରୁଜୁ ହୋଇଛି। ଆଉ ଅଟକ ଥିବା ଚାନ୍ଦୁଲି ଗ୍ରାମର ଗୋପୀ ମାଝି ଦୋଷ ସ୍ବୀକାର କରିଛି। ତାକୁ ପଚରାଉଚରା ଜାରି ରହିବା ସହ ଏହି ଘଟଣାରେ ୭ ଜଣ ସାମିଲ ଥିବା କୁହାଯାଇଛି।

ଲକ୍ଷ୍ମୀଙ୍କ ଭାଇ ଯୁଧିଷ୍ଠିର ଦାଶଙ୍କ ଏତଲା ଅନୁସାରେ, ଲକ୍ଷ୍ମୀ ବାଲି, ମୋରମ ଓ କ˚ପ୍ରେସର ବେପାର ସାଙ୍ଗକୁ ବିିଭିନ୍ନ ଲୋକଙ୍କୁ ଟଙ୍କା ଧାର ଆକାରରେ ଦେଇ ସ୍କିମ୍‌ ବ୍ୟବସାୟ ବି କରୁଥିଲେ। ଗତକାଲି ତାଙ୍କୁ ବାକି ଟଙ୍କା ନେବାକୁ ତାଙ୍କୁ ଫୋନ୍‌ କଲ୍‌ ଆସିଥିଲା। ଆଉ ଚାନ୍ଦୁଲି ଗ୍ରାମର ଗୋପୀ ମାଝି, ମହିରିକଣାର ଜଗା ନାୟକ, ଗିରିଆ ଗ୍ରାମର ସୁଶାନ୍ତ ପ୍ରଧାନ ଓ ସେମାନଙ୍କ କିଛି ସହଯୋଗୀ ଲକ୍ଷ୍ମୀଙ୍କୁ ଡାକି ହତ୍ୟା କରିଥିବା ଏତଲାରେ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର