ଚିକେନ୍‌ ରବି ହତ୍ୟା ମାମଲା : ୮ବର୍ଷ ପରେ ହେଲା ଚାର୍ଜଫ୍ରେମ୍‌

ବ୍ରହ୍ମପୁର : ବହୁ ଚର୍ଚ୍ଚିତ ଚିକେନ୍‌ ରବି ଓରଫ୍‌ ରବୀନ୍ଦ୍ର ବେହେରା ହତ୍ୟା ମାମଲାର ଚାର୍ଜଫ୍ରେମ୍‌ ପାଇଁ ଆଜି ଦିନ ଧାର୍ଯ୍ୟ କରାଯାଇଥିଲା। ସେ ନେଇ ହତ୍ୟା ଘଟଣାର ଅଭିଯୁକ୍ତ ସାନଖେମୁଣ୍ଡି ପୂର୍ବତନ ବିଧାୟକ ରମେଶ ଜେନାଙ୍କୁ ଛତ୍ରପୁରରୁ ସବ୍‌ଜେଲ୍‌ରୁ କଡ଼ା ସୁରକ୍ଷାରେ ଅଣାଯାଇ ଏଡିଜେ-୧ ରେଖା ପ୍ରସାଦଙ୍କ କୋର୍ଟରେ ହାଜର କରାଯାଇଥିଲା। ଘଟଣାର ଅନ୍ୟତମ ଅଭିଯୁକ୍ତ ସୁଶାନ୍ତ ବିଷୋୟୀ, ଇଚିଲି ପାଣିଗ୍ରାହୀ, ସୁବାସ ଦାସ, ପ୍ରଫୁଲ୍ଲ ମହାରଣା ସମେତ ଅନ୍ୟମାନେ ମଧ୍ୟ କୋର୍ଟରେ ହାଜର ହୋଇଥିଲେ। ଜାମିନ୍‌ରେ ଥିବା ଅନ୍ୟତମ ଅଭିଯୁକ୍ତ ଶଙ୍କର ସାହୁ କୋର୍ଟରେ ହାଜର ନବେହାରୁ ତାଙ୍କ ନାଁରେ କୋର୍ଟ ଏନ୍‌ବିଡବ୍ଲୁ ଜାରି କରିଛନ୍ତି। ଚାର୍ଜଫ୍ରେମ୍‌ ପରେ ଅଭିଯୁକ୍ତଙ୍କୁ ପୁଣିଥରେ ଜେଲ୍‌ ହାଜତକୁ ନିଆଯାଇଥିଲା। ଆସନ୍ତା ଏପ୍ରିଲ ୧୯ ଓ ୨୦ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ଗତ ୨୦୧୦ ଜାନୁଆରି ୧ତାରିଖରେ ଗୋସାଇଁନୂଆଗାଁ ଥାନା ଅନ୍ତର୍ଗତ ଲାଞ୍ଜିପଲ୍ଲୀ ଢ଼ିପୋସାହିରେ ରବିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।

ସମ୍ବନ୍ଧିତ ଖବର