ଥାନାଧିକାରୀଙ୍କ ବିରୋଧରେ ଜାମିନଦାରଙ୍କ ଅଭିଯୋଗ

ପାତ୍ରପୁର : ଆଇନାନୁସାରେ ହାଇକୋର୍ଟରୁ ଜାମିନ ପାଇ ଇଶ୍ୱରୀ ରେଡ୍ଡିଙ୍କ ଜାମିନଦାର ଭାବେ ଥାନାକୁ ଯାଇଥିଲେ, କିନ୍ତୁ ଥାନାବାବୁ ଓଲଟି ଜାମିନଦାରଙ୍କୁ ଧମକଚମକ ଦେଇଛନ୍ତି, ଆଜି ଜରଡ଼ା ଥାନା ଅନ୍ତର୍ଗତ ବରଙ୍ଗ ଗାଁର କେ ମୋହନ ରେଡ୍ଡି ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଏଭଳି ଅଭିଯୋଗ କରି ନ୍ୟାୟ ଭିକ୍ଷା କରିଛନ୍ତି। ତେବେ ଏନେଇ ଜରଡ଼ା ଥାନା ଅଧିକାରୀଙ୍କ କହିବା ହେଲା, ହାଇକୋର୍ଟଙ୍କ ଜାମିନ ଆଦେଶକୁ ସେ ଅବମାନନା କରିନାହାନ୍ତି। ତାଙ୍କୁ ନିୟମାନୁସାରେ ଜାମିନ ଦିଆଯାଇଛି। ଜାମିନ ଦେବା ସମୟରେ ନିୟମାନୁସାରେ କେତେକ କାଗଜପତ୍ର ଲୋଡ଼ାଯାଇଥିଲା, ତେବେ ଏହାକୁ ନେଇ ରାଜନୀତୀକରଣ କରାଯାଉଛି। ସମସ୍ତ ଅଭିଯୋଗ ମିଛ।

ସମ୍ବନ୍ଧିତ ଖବର