ମୁଣ୍ଡୁଳା ଧୋବା ସାହି : ଡ୍ରେନ୍‌ ପାଲଟିଛି ପାଇଖାନା, କଂକ୍ରିଟ୍‌ ରାସ୍ତାରେ ଗର୍ତ୍ତ 

ବେଗୁନିଆପଡ଼ା: ବେଗୁନିଆପଡ଼ା ବ୍ଲକ୍‌ ଚନ୍ଦନପୁର ପଂଚାୟତ ମୁଣ୍ଡୁଳା ଗ୍ରାମର ଧୋବା ସାହି ଡ୍ରେନ୍‌ ପାଇଖାନା ରୂପେ ବ୍ୟବହୃତ ହେଉଥିବା ବେଳେ କଂକ୍ରିଟ୍‌ ରାସ୍ତାରେ ବିରାଟ ଗର୍ତ୍ତ ରହିଛି। ସାହି ପାଖ ଡ୍ରେନ୍‌ରେ ଗାର୍ଡ଼ଓ୍ଵାଲ୍‌ ନଥିବାରୁ ପିଲାଙ୍କ ପାଇଁ ବିପଦ ସାଜିଛି। ଡ୍ରେନ୍‌ ଉପରେ ୫ରୁ ୬ ଜଣଙ୍କ ପାଇଖାନା ରହଥିବାରୁ ପାଇଖାନାର ମଇଳା ସିଧାସଳଖ ଡ୍ରେନ୍‌ରେ ପଡ଼ୁଛି ଏବଂ ଲୋକେ ଅଳିଆ ଆବର୍ଜନାଗୁଡ଼ିକୁ ଡ୍ରେନ୍‌ରେ ପକାଇବା ଦ୍ୱାରା ପରିବେଶ ପୂତ୍ତିଗନ୍ଧମୟ ହେଉଛି। ଶୀଘ୍ର ଏହାର ସମାଧାନ ପାଇଁ ସାହିବାସିନ୍ଦା ଦାବି କରିଛନ୍ତି।

ସମ୍ବନ୍ଧିତ ଖବର