ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ କୁନା ବେହେରା ଆହତ, ହସ୍ପିଟାଲରେ ଭର୍ତ୍ତି

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଅନ୍ୟତମ କୁଖ୍ୟାତ ଅପରାଧୀ କୁନା ବେହେରା ବୁଧବାର ଅପରାହ୍ନରେ ପୁଲିସର ଏନ୍‌କାଉଣ୍ଟରରେ ଆହତ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଗୋଲନ୍ଥରା ଥାନା ଓ ସଦର ଥାନା ସୀମାନ୍ତରେ କୁନା ବେହେରା ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ପହଞ୍ଚି ଏନ୍‌କାଉଣ୍ଟର କରିଛି। ଘଟଣାସ୍ଥଳରୁ କୁନା ପ୍ରଥମେ ଖସିଯିବାକୁ ବହୁ ଉଦ୍ୟମ କରିଥିଲା। ସେ କିନ୍ତୁ ପୁଲିସ ଆଗରୁ ଯାଇ ପାରି ନଥିଲା। ପୁଲିସର ଗୁଳିରେ ଆହତ ହେବା ପରେ କୁନା ତଳେ ପଡ଼ି ଯାଇଥିଲା। କୁନାର ଡାହାଣ ଗୋଡରେ ଗୁଳି ବାଜିଛି। ଆହତ ପରେ ପୁଲିସ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ତା’ ନିକଟରୁ ଦେଶୀ ପିସ୍ତଲ, ନମ୍ବର ବିହୀନ ବାଇକ ଓ ଅନ୍ୟ ସାମଗ୍ରୀ ଜବତ କରିଛି।

ଉଲ୍ଲେଖଯୋଗ୍ୟ ଯେ, ଅପରାଧୀ କୁନାର ବିରୋଧରେ ଗଞ୍ଜାମ ଜିଲ୍ଲାର ଗୋଲନ୍ଥରା ଥାନା ଓ ସଦର ଥାନାରେ ୨୧ଟି ମାମଲା ରୁଜୁ ହୋଇଛି। କୁନା ଚୋରି, ଡକାୟତି, ଲୁଟ ଆଦି ଘଟଣାରେ ସଂପୃକ୍ତ ଥିଲା। ତାକୁ ଧରିବା ପାଇଁ ପୋଲିସ ଅନେକ ଦିନରୁ ମୋବାଇଲ ଟ୍ରାକିଂ କରିଛିଥିଲା। ଆଜି ମଧ୍ୟ ମୋବାଇଲ ଟ୍ରାକିଂ ବଳରେ କୁନାକୁ ଗୋଲନ୍ଥରା ଥାନା ଓ ସଦର ଥାନା ସୀମାନ୍ତରେ ଠାବ କରିଥିଲା।

ସମ୍ବନ୍ଧିତ ଖବର