ପାରଳା ବିଧାୟକଙ୍କୁ ହତ୍ୟା ଧମକ : ପୂର୍ବତନ କାଉନ୍‌ସିଲର୍‌ ବିଜୟ କୁମାର ଗିରଫ

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ବିଧାୟକ କେ.ସୂରିୟା ରାଓଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ ପାରଳା ପୌରପାଳିକାର ପୂର୍ବତନ କାଉନ୍‌ସିଲର୍‌ ଜି.ବିଜୟ କୁମାର ଓରଫ ଚିନିଙ୍କୁ ଆଜି ପୁଲିସ୍‌ ଗିରଫ କରି କୋର୍ଟଚାଲାଣ କରିଛି। ପୂର୍ବରୁ ବିଧାୟକ କେ.ସୂରିୟା ଏ ନେଇ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗରେ ସେ ଦର୍ଶାଇଥିଲେ ଯେ, ଗତ ୧୧ ତାରିଖ ଦିନ ନବନିର୍ମାଣ କୃଷକ ସଂଗଠନ ଶୋଭାଯାତ୍ରାରେ ସେ ଯାଉଥିବାବେଳେ ବିଜୟ କୁମାର ୧୫ ଲକ୍ଷ ଟଙ୍କା ବିନିମୟରେ ତାଙ୍କୁ ହତ୍ୟା କରାଯିବା ପାଇଁ ଧମକ ଦେଇଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ବିଜୟକୁମାରଙ୍କୁ ଗିରଫ କରିଛି। ବିଜୟ କୁମାର ପାରଳା ପୌରପାଳିକାରେ ପୂର୍ବରୁ ୨ ଥର କାଉନ୍‌ସିଲର୍‌ ଥିଲେ।

ସମ୍ବନ୍ଧିତ ଖବର