ଋଣ ଭାର ସହି ନପାରି ଗଂଜାମରେ ଜୀବନ ହାରିଲେ ଚାଷୀ

ପୁରୁଷୋତ୍ତମପୁର: ଋଣ ଭାର ଏବଂ ଫସଲ କ୍ଷତି ସହି ନପାରି ଗଂଜାମ ଜିଲ୍ଳାର ପୁରୁଷୋତ୍ତମପୁର ବ୍ଲକରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ବୁଧବାର ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଟଙ୍କାଛାଇ ଗାଁର ଚାଷୀ ସନ୍ୟାସୀ ସ୍ୱାଇଁ ଫସଲ ନଷ୍ଟ ହେବାରୁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସନ୍ୟାସୀ ଚଳିତ ଖରିଫ ଋତୁରେ ବ୍ୟାଙ୍କ ଏବଂ ସାହୁକାରଙ୍କ ଠାରୁ ଚାଷ କରିଥିଲେ। ମାତ୍ର ଫସଲ ନଷ୍ଟ ହେବାରୁ ସେ ଚିନ୍ତାରେ ପଡ଼ିଯାଇଥିଲେ। ବ୍ୟାଙ୍କ ଓ ସାହୁଙ୍କ ଋଣ କେମିତି ଶୁଝିବେ ସେ ନେଇ ମାନସିକ ସ୍ଥିତି ହରାଇ ବସିଥିଲେ।

ସମ୍ବନ୍ଧିତ ଖବର