ଯଜ୍ଞସ୍ଥଳରେ ମୁଖ୍ୟ ଆୟୋଜକଙ୍କୁ ଗୁଳି

ଖଲ୍ଲିକୋଟ : ଖଲ୍ଲିକୋଟ ଥାନା ଇଲାକାରେ କିଛି ଦିନର ନିରବତା ପରେ ଅପରାଧୀ ପୁଣି ଗୁଳିକାଣ୍ଡ ଘଟାଇଛନ୍ତି। ଯଜ୍ଞ ସ୍ଥଳ ନିକଟରେ ମୁଖ୍ୟ ପ୍ରବେଶ ତୋରଣ କାମ ତଦାରଖ କରୁଥିବା ଯଜ୍ଞର ମୁଖ୍ୟ ଆୟୋଜକଙ୍କୁ ଦୁଇ କଳା ମୁଖାଧାରୀ ଗୁଳି କରି ଫେରାର ହୋଇ ଯାଇଛନ୍ତି। ଆଜି ଅପରାହ୍ନରେ କେଶପୁର-ବିକ୍ରମପୁର ଛକରେ ଭିକାରୀ ତରେଇ (୪୦) ନାମକ ଜଣେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା ଉଦ୍ୟମ ସବୁ ମହଲକୁ ସ୍ତବ୍ଧ କରିଛି। ସୌଭାଗ୍ୟବଶତଃ ଗୁଳିଟି ଭିକାରୀଙ୍କ ବାମଗୋଡ଼ ବଳା ଗଣ୍ଠିରେ ବାଜି ପଳାଇବାରୁ ସେ ବର୍ତି ଯାଇଛନ୍ତି। ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର