ବିଜେଡି ନେତା ବାହାନ ହତ୍ୟା ମାମଲା : ଶିକ୍ଷକଙ୍କ ସମେତ ୫ ଅଭିଯୁକ୍ତ ଗିରଫ

ଆସିକା : ଗତ ଡିସେମ୍ବର ୩୧ ତାରିଖରେ ଆସିକା-କବିସୂର୍ଯ୍ୟନଗର ମୁଖ୍ୟରାସ୍ତା ଡିପଲ ସ୍କୁଲ ନିକଟରେ ବରିଷ୍ଠ ବିଜେଡି ନେତା ସଦାନନ୍ଦ ଲେଙ୍କା ଓରଫ୍ ବାହାନ ଲେଙ୍କା ହତ୍ୟାକାଣ୍ଡ ରହସ୍ୟର ଗୁମର ଖୋଲିଛି। ଏଥିରେ ସଂପୃକ୍ତ ମୋଟ ୫ଜଣଙ୍କୁ ଆଜି ଗିରଫ କରି କୋର୍ଟଚାଲାଣ କରାଯାଇଛି। ଅନ୍ୟ ଦୁଇ ମୁଖ୍ୟ ଅଭିଯୁକ୍ତ ତଥା ଦୁଇ ଭାଇ ସୁନିଲ ଜେନା, କୃଷ୍ଣଚନ୍ଦ୍ର ଜେନା ଏନକାଉଣ୍ଟରରେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି।

ଗିରଫ ମାନେ ହେଲେ ବାବନପୁର ଗ୍ରାମର ବିଜୁ ଯୁବ ବାହିନୀ ସଦସ୍ୟ ତଥା ପିଇଟି ଶିକ୍ଷକ ଦିଲ୍ଲୀପ କୁମାର ନାୟକ, ସୁନିଲ ଓ କୃଷ୍ଣଙ୍କ ବାପା ଭଗବାନ ଜେନା, ମା’ କୁନା ଜେନା, ହୁମୁକି ଗ୍ରାମର ଗୌରହରି ପଣ୍ଡା ଏବଂ ଚିନିଶିଳ୍ପ ନୂ୍ଆଗାଁର ମଙ୍ଗୁଳୁ ଓରଫ୍ ଋଷିନାଥ ଭଞ୍ଜ। ଦିଲ୍ଲୀପ ଏବଂ ଦୁଇ ଭାଇ ସୁନିଲ ଓ କୃଷ୍ଣ ମିଳିମିଶି ବାହାନଙ୍କୁ ହତ୍ୟା କରିବାକୁ ସଂପୂର୍ଣ୍ଣ ବ୍ଲୁ’ପ୍ରିଣ୍ଟ ପ୍ରସ୍ତୁତ କରିଥିବା ତଦନ୍ତ ବେଳେ ଜଣାପଡ଼ିଛି।

ସମ୍ବନ୍ଧିତ ଖବର