ଡକାୟତି ଯୋଜନା ପଣ୍ତ : ୫ ଗିରଫ, ବନ୍ଧୁକ, ବୋମା, ମାରଣାସ୍ତ୍ର ଜବତ

ଖଲ୍ଲିକୋଟ : ଖଲ୍ଲିକୋଟ ପୁଲିସ ଏକ ବଡ଼ ଧରଣର ଡକାୟତ ଯୋଜନା ପଣ୍ତ କରିଛି। ଚଢ଼ଉରେ ୫ଜଣଙ୍କୁ ଗିରଫ କରିବା ସହ ଦେଶୀ ବନ୍ଧୁକ, ହାତ ବୋମା, ଛୁରୀ, ଭୁଜାଲି ଆଦି ଜବତ ହୋଇଛି।

ସୂଚନାନୁସାରେ, ରବିବାର ରାତି ପ୍ରାୟ ୨ଟା ବେଳେ ଖଲ୍ଲିକୋଟ ଥାନା ଆଇଆଇସି ବିବେକାନନ୍ଦ ସ୍ବାଇଁ, ଏସ୍‌ଆଇ ପଞ୍ଚାନନ ସୁନ୍ଦରରାୟ, ଏଏସ୍‌ଆଇ ପିଏନ୍‌ ଶତପଥି, ଏଏସ୍‌ଆଇ ଜି ଏମ୍‌ ଆର‌୍‌ ଦୋରା ଓ ଅନ୍ୟ କେତେକ ପୁଲିସ କର୍ମଚାରୀ ରାତ୍ରୀ ପାଟ୍ରୋଲି˚ ସମୟରେ ଡକାୟତ ଯୋଜନା କରାଯାଉଥିବା ସମ୍ପର୍କରେ ଗୁଇନ୍ଦା ସୂଚନା ପାଇଥିଲେ। ଖଲ୍ଲିକୋଟ ଓ ସୁମଣ୍ତଳ ମଧ୍ୟସ୍ଥଳରେ ଥିବା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପଥୁରିନାଳ ଠାରେ କେତେକ ଦୁବୃର୍ତ୍ତ ଏକଯୁଟ ହୋଇଥିବା ଜାଣିପାରି ଚଢ଼ଉ କରିଥିଲେ। ସେମାନଙ୍କ ମଧ୍ୟରୁ ୫ଜଣଙ୍କୁ କାବୁ କରାଯାଇଥିବା ବେଳେ ୨ଜଣ ଘଟଣାସ୍ଥଳରୁ ଫେରାର‌୍‌ ହୋଇଯାଇଥିଲେ। ଗିରଫ ହୋଇଥିବା ଯୁବକମାନେ ହେଲେ ଧରାକୋଟ ଦାମୋଦର ପୁରର ଏ ନିରଞ୍ଜନ ରେଡ୍ଡି(୨୭), ଖଲ୍ଲିକୋଟ ଲେଙ୍ଗରର ମିଟୁ ନାହାକ (୨୨), ବାଲୁଗାଁ କୁଲାକୁଣ୍ଢେଇର ଅଶିଷ ରଞ୍ଜନ ଜେନା(୨୩), ଧରାକୋଟ ମୁଣ୍ତମରେଇର ସ˚ଗ୍ରାମ କେଶରୀ ଜେନା (୧୯)। ସେମାନଙ୍କ ଠାରୁ ୧ଟି ଦେଶୀ ବନ୍ଧୁକ, ୨ଟି ହାତ ବୋମା, ୧ଟି ଛୁରୀ, ଭୁଜାଲି ଓ ବୋମା ତିଆରି ସରଞ୍ଜାମ, ସର୍ଜିକାଲ୍‌ ଗ୍ଲୋବ୍‌ସ ଓ ଏକ ମୋଟରସାଇକଲ୍‌ ଜବତ କରାଯାଇଛି। ଥାନା ଅଧୃକାରୀଙ୍କ ସୂଚନାନୁସାରେ, ଉକ୍ତ ଦୁବୃର୍ତ୍ତମାନଙ୍କ ବିରୋଧରେ ଗଞ୍ଜାମ, ଖୋର୍ଦ୍ଧା, ପୁରୀ ଥାନାରେ ଏକାଧୃକ ଡକାୟତି, ରାହାଜାନି ଆଦି ମାମଲା ରହିଛି।

ସମ୍ବନ୍ଧିତ ଖବର