ମହିଳାଙ୍କୁ ଅନୈତିକ ସମ୍ପର୍କ ପାଇଁ ଚାପ, ଜଣେ ଗିରଫ

ପୋଲସରା: ପୋଲସରା ଏନ୍‌ଏସି କାଳୀ ମନ୍ଦିର ସାହିରେ ରହୁଥିବା ଜଣେ ବିବାହିତ ମହିଳାଙ୍କୁ ଅନୈତିକ ସମ୍ପର୍କ ପାଇଁ ଚାପ ପକାଇବା ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଏହି ଗଟଣାରେ ତିନିଜଣ ଜଡ଼ିତ ଥିବା ଜଣାପଡ଼ିଛି। ମହିଳାଙ୍କୁ ଅଶ୍ଲିଳ ଇଙ୍ଗିତ କରିଥିବା ନେଇ ଉକ୍ତ ସାହିର ଭଗବାନ ବେହେରାଙ୍କ ଫୋନ୍‌ କଲ୍‌ରୁ ପୁଲିସ ଜାଣିବାକୁ ପାଇଛି। ଏଥିସହ ବିଭିନ୍ନ ସମୟରେ ଅଭିଯୁକ୍ତମାନେ ଧମକ ଚମକ ଦେଉଥିବା ନେଇ ମହିଳା ଜଣଙ୍କ ଦେଇଥିବା ଏତଲାରେ ଉଲ୍ଲେଖ ରହିଛି। ପୁଲିସ ଥାନା କେସ୍‌ ନ˚. ୨୧୨/୧୮ରେ ମାମଲା ରୁଜୁ କରି ଉକ୍ତ ସାହିର ଭଗବାନ ବେହେରାଙ୍କୁ ଗିରଫ କରି ପଚରାଉଚରା ପରେ କୋର୍ଟ ଚାଲାଣ କରି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର