ବସ ମାଲିକ ପ୍ରତାପ ପଲେଇଙ୍କୁ ହତ୍ୟା ଘଟଣା: ଆଉ ୪ ଅଭିଯୁକ୍ତ ଗିରଫ

ଆସ୍କା: ବସ୍‌ ମାଲିକ ପ୍ରତାପ ପଲେଇଙ୍କୁ ହତ୍ୟା ଘଟଣାରେ ଗଞ୍ଜାମ ଜିଲ୍ଲା ଆସ୍କା ପୁଲିସ ମଙ୍ଗଳବାର ଆଉ ୪ଜଣ ଅଭିଯୁକ୍ତଙ୍କୁ ବିଭିନ୍ନ ସ୍ଥାନରୁ ଗିରଫ କରିଛି। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୂର୍ବରୁ ପୁଲିସ ୩ଟି ଟିମ୍‌ ଗଠନ କରିଥିଲା। ଗୋଟିଏ ଟିମ୍‌ ଜିଲ୍ଲା ଭିତରେ କାମ କରୁଥିବା ବେଳେ ୨ୟଟି ଜିଲ୍ଲା ବାହାର ଓ ଶେଷ ଟିମ ରାଜ୍ୟ ବାହାରକୁ ଯାଇଥିଲା। ଯୋଜନା ମୁତାବକ ପୁଲିସ ଆସ୍କା-କବିସୂର୍ଯ୍ୟନଗର ମଝିରୁ ସାଇ ଶଙ୍କର ଓ ସାର୍ପ ସୁଟର କୃଷ୍ଣଚନ୍ଦ୍ର ବେହେରାଙ୍କୁ ଗିରଫ କରିଥିବା ବେଳେ ମନୋରଞ୍ଜନ ନାହାକ ଓ ବିକ୍ରମ ଜେନାକୁ ପୁଲିସ ସେମାନଙ୍କର ଘରୁ ଗିରଫ କରିଛି।

ପୂର୍ବରୁ ଘଟଣାର ମୁଖ୍ୟ ଅଭିଯୁକ୍ତ ରବି ନାହାକ ଗିରଫ ହୋଇଛି। ଅଭିଯୁକ୍ତମାନଙ୍କ ଠାରୁ ପୁଲିସ ୧୦ଟି ମୋବାଇଲ, ୨ଟି ମାଉଜର, ୬ଟି ଜୀବନ୍ତ ଗୁଳି, ଗୋଟିଏ ମୁଖା, ଗୋଟିଏ ହେଲମେଟ, ନଗଦ ୨୬୩୦ ଟଙ୍କା, ୨ଟି ମାଗାଜିନ୍‌ ଓ ୩ଟି ବାଇକ ଜବତ କରିଛି।

ସମ୍ବନ୍ଧିତ ଖବର