ରାତି ଅଧରେ ମାଛ ଭଜା ପାଇଁ ପତ୍ନୀକୁ ମାଡ଼ ମାମଲା:ସ୍ବାମୀ ଦୋଷୀ ସାବ୍ୟସ୍ତ, ଜେଲ୍ ଦଣ୍ଡ

ଛତ୍ରପୁର: ରାତି ଅଧରେ ମାଛ ଭଜା କରିବାକୁ ପତ୍ନୀଙ୍କୁ ବରାଦ ଦେଇଥିଲେ। ପତ୍ନୀ ଏହା କରିବାକୁ ଅମଙ୍ଗ ହେଲେ। ଫଳରେ ଉତ୍‌କ୍ଷିପ୍ତ ହୋଇ ଗୋବର୍ଦ୍ଧନ ଚୌଧୁରୀ ତାଙ୍କ ପତ୍ନୀଙ୍କୁ ନିସ୍ତୁକ ମାଡ଼ ମାରି ଲହୁ ଲୁହାଣ କରିଦେଲେ। ଦୀର୍ଘ ୫ ବର୍ଷ ପରେ ଏହି ମାମଲାର ରାୟ ଛତ୍ରପୁର ସବ୍‌ଡିଭିଜନାଲ୍‌ ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟ ପ୍ରକାଶ କରିଛନ୍ତି। ଘଟଣାରେ ଅଭିଯୁକ୍ତ ସ୍ବାମୀକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆଜି ରାୟ ପ୍ରକାଶ କରି ବିଚାରପତି ଜୟ ପ୍ରକାଶ ନାୟକ ଦୋଷୀ ଗୋବର୍ଦ୍ଧନଙ୍କୁ ଦଫା ୪୯୮ (କ)ରେ ୧ ବର୍ଷ ଜେଲ୍‌ ଓ ୫ ହଜାର ଟଙ୍କା ଜରିମାନା ଓ ଦଫା ୩୨୩ରେ ୬ ମାସ ଜେଲ୍‌ ଦଣ୍ତ ଘୋଷଣା କରିଛନ୍ତି। ଜରିମାନା ଅନାଦେ‌େୟ ଅତିରିକ୍ତ ଜେଲ୍‌ ଦଣ୍ତ ମଧ୍ୟ ଘୋଷଣା କରିଛନ୍ତି। ତେବେ ମାମଲାର ଅନ୍ୟ ଅଭିଯୁକ୍ତଙ୍କୁ ପ୍ରମାଣ ଓ ସାକ୍ଷ୍ୟ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ସରକାରଙ୍କ ପକ୍ଷରୁ କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର ଓ ଏପିପି ସୌରୀପ୍ରସାଦ ବେହେରା ଏବ˚ କୃଷ୍ଣଚନ୍ଦ୍ର ବେହେରା ମାମଲା ପରିଚାଳନା କରିଥିବା ବେଳେ ମୁଦାଲା ପକ୍ଷରୁ ଓକିଲ ନିରାକାର ମାଳି ମକଦ୍ଦମା ପରିଚାଳନା କରୁଥିଲେ ା
ସୂଚନାଯୋଗ୍ୟ, ୨୦୧୩ ଡ଼ିସେମ୍ବର ୨୧ ତାରିଖରେ ପତ୍ନୀଙ୍କୁ ମାଡ଼ ମାରିବା ଘଟଣାରେ ପୁଲିସ୍‌ ୭୦/୨୦୧୩ରେ ମାମଲା ରୁଜୁ କରିଥିଲା। ଗଞ୍ଜାମ ପୁଲିସ ଅଭିଯୁକ୍ତ ସ୍ବାମୀ ସମେତ ୫ ଜଣଙ୍କୁ ଗରିଫ କରିଥିଲା।

ସମ୍ବନ୍ଧିତ ଖବର