ଗଞ୍ଜାମରେ ଆଇପିଏଲ୍‌ ବେଟିଂ: ୭ ଗିରଫ, ୧୪ ମୋବାଇଲ ସମେତ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଜବତ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଆସିକା ପୁଲିସକୁ ପୁଣି ଏକ ବଡ ଧରଣର ସଫଳତା ମିଳିଛି। ସହରର ବିଜୁ ପଟ୍ଟନାୟକ ଛକରେ ଥିବା ରାମକୁଷ୍ଣ ମୋବାଇଲ ଦୋକାନରେ ଆଇପିଏଲ ବେଟିଂ ଚାଲିଥିବା ବେଳେ ଆସିକା ପୁଲିସ ଅଚାନକ ଚଢାଉ କରି ସାତ ଜଣ ଯୁବକଙ୍କୁ ଗିରଫ କରିଛି। ବେଙ୍ଗାଲୁରୁରେ ବୁଧବାର ରୟାଲ ଚ୍ୟାଲେଞ୍ଜର୍ସ ଓ ଚେନ୍ନାଇ ସୁପର କିଙ୍ଗସ୍‌ ମଧ୍ୟରେ ମ୍ୟାଚ୍‌ ଚାଲିଥିବା ବେଳେ ଏଠାରେ ବେଟିଂ ଚାଲିଥିଲା। ବିଶେଷ ସୂତ୍ରରୁ ସୂଚନା ପାଇ ପୁଲିସ ଚଢ଼ାଉ କରିଥିଲା। ପୁଲିସ ସେମାନଙ୍କ ଠାରୁ ୧୪ଟି ମୋବାଇଲ ସମେତ ୧୦ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି। ତେବେ ଅପରାଧିମାନଙ୍କୁ ସାବାଡ କରିବା ପାଇଁ ସମସ୍ତ ପ୍ରକାର ପନ୍ଥା ଗ୍ରହଣ କରାଯିବା ସାଙ୍ଗକୁ ଯିଏ ବି ଅପରାଧ ଦୁନିଆରେ ପାଦ ଥାପିବ ତାକୁ ଆଇନ ଅନୁଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆସିକା ଥାନା ଅଧିକାରୀ ସନ୍ତୋଷ ଜେନା
ମତ ଦେଇଛନ୍ତି।

ଯୁବ ସମାଜ ଟିକେ ଷ୍ଟାଇଲରେ ଚଳିବା ସହ ଦେଶ ବିଦେଶ ବୁଲିବା ସାଙ୍ଗକୁ ରାତାରାତି ଲକ୍ଷଲକ୍ଷ ଟଙ୍କା ଅର୍ଜିବା ନିଶାରେ ଲାଗିପଡିଛନ୍ତି। ଏହି ଏହି ନିଶା ଏତେ ଭୟଙ୍କର ଯେ ଅପରାଧ ଘଟଣା ଘଟାଇବାକୁ ମଧ୍ୟ ସେମାନେ ପଛକୁ ଚାହାନ୍ତି ନାହିଁ। ବିଶେଷ କରି ଆଇପିଏଲ ସିଜନ ଆସିଗଲେ ସମସ୍ତେ ବେଟିଂ ଓ ବୋଲିଂରେ ଲାଗିପଡନ୍ତ। ଆଉ ଲକ୍ଷଲକ୍ଷ ଟଙ୍କା ବାଜି ଆଇପିଏଲରେ ଲାଗିଥାଏ । ଠିକ ସେମିତି ଅପରାଧର ସହର ଆସିକା ସହରରେ ଚାଲିଥିଲା ଗୁପ୍ତ ଭାବେ ଆଇପିଏଲ ବେଟିଂ।

ସମ୍ବନ୍ଧିତ ଖବର