ଆଇପିଏଲ୍‌ ବେଟିଂ: ଲାଇନ୍‌ମ୍ୟାନ୍‌ ସମେତ ୩ ଗିରଫ

ବେଲଗୁଣ୍ଠା : ବ୍ରହ୍ମପୁର ଓ ଆସିକା ପରେ ଗଂଜାମ ଜିଲ୍ଲା ବେଲଗୁଣ୍ଠା ସହରରେ ଆଇପିଏଲ୍‌ ବେଟିଂ ର‍୍ୟାକେଟ୍‌ ସକ୍ରିୟ ହୋଇଥିବା ଜଣାପଡ଼ିଛି। ବେଟିଂ କରୁଥିବା ବେଲଗୁଣ୍ଠାର ଲାଇନ୍‌ମ୍ୟାନ୍‌ ପ୍ରଦୀପ କୁମାର ସ୍ୱାଇଁ (୩୨), ଭଂଜନଗର ଆର୍‌ସି ରୋଡ୍‌ ଖାଲାସାହିର ସୀମାଞ୍ଚଳ ତ୍ରିପାଠୀ (୨୫) ଏବଂ ତାରସିଂ ଥାନା ବୁରପଲ୍ଲୀ ଗ୍ରାମର ରଂଜନ ଗୌଡ଼ (୨୫)କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ସେମାନଙ୍କଠୁ ୩ଟି ମୋବାଇଲ୍‌, ୩ହଜାର ଟଙ୍କା ଏବଂ ବେଟିଂ ପାଇଁ ବ୍ୟବହୃତ ଖାତା ଜବତ ହୋଇଛି।

ସମ୍ବନ୍ଧିତ ଖବର