ଲକ୍ଷ୍ମୀଦତ୍ତ ହତ୍ୟା ମାମଲା:ସୁରଟ୍‌ରେ ଆଉ ଜଣେ ପୁଲିସ କବ୍‌ଜାରେ

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ଏନ୍‌ଏସି ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ଅନ୍ୟ ଜଣେ ଅଭିଯୁକ୍ତକୁ ସୁରଟ୍‌ରେ ଗଞ୍ଜାମ ସ୍ବତନ୍ତ୍ର ପୁଲିସ ଟିମ୍ କାବୁ କରିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ତଦନ୍ତରେ ବାଧା ଉପୁଜିବା ଆଶଙ୍କା ଥିବାରୁ ପୁଲିସ ଏ ସମ୍ପର୍କରେ ସବିଶେଷ ସୂଚନା ଦେଉନାହିଁ। ୨୦୧୬ର ଏହି ବହୁଚର୍ଚ୍ଚିତ ହତ୍ୟା ମାମଲାରେ ପୁଲିସ ଅଦ୍ୟା‌ବଧି ପୂର୍ବରୁ ୧୮ ଜଣଙ୍କୁ ଗିରଫ କରିଥିଲା। ଆଉ ୪ ଜଣ ଅଭିଯୁକ୍ତ ଫେରାର ଥିଲେ। ଗଞ୍ଜାମ ପୁଲିସର ଏକ ସ୍ବତନ୍ତ୍ର ଟିମ୍ ସେମାନେ ସୁରଟ୍‌ରେ ଥିବା ସୁରାକ୍ ପାଇ ୩ଦିନ ତଳେ ସୁରଟ୍‌ ଯାଇଥିଲା। ସେହି ୪ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣକୁ ଆଜି ସ୍ବତନ୍ତ୍ର ଟିମ୍ କାବୁ କରିଛି। ତାକୁ ଧରି ଟିମ୍ ଗଞ୍ଜାମ ଫେରୁଥିବା ଜଣାପଡିଛି।

ସମ୍ବନ୍ଧିତ ଖବର