ଗଞ୍ଜାମ: ବନ୍ଧୁକ ମୁନରେ ଯୁବକଙ୍କ ନୂଆ ବାଇକ୍‌, ମୋବାଇଲ୍‌ ଓ ୨୦ ହଜାର ଟଙ୍କା ଲୁଟ୍‌

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର କୋଦଳାଠାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଅନ୍ନପୂର୍ଣ୍ଣା ଫାଇନାନ୍ସରେ କାମ କରୁଥିବା ୨୦ ବର୍ଷୀୟ ଭବାନୀ ଶଙ୍କର ବାରିକଙ୍କଠାରୁ ଏକ ନୂଆ ବାଇକ୍‌, ୪୦ ହଜାର ଟଙ୍କା ଓ ଏକ ମୋବାଇଲ୍‌ ଲୁଟ୍‌ ହୋଇଛି। ଭବାନୀ ଶଙ୍କରଙ୍କ ଘର ଖୋର୍ଦ୍ଧାଠାରେ।

ସେ କିଛି ଦିନ ତଳେ ଏକ ନୂଆ ପଲ୍‌ସର ବାଇକ୍‌ କିଣିଥିଲେ। ସେ ତାଙ୍କ ବାଇକ୍‌ ନେଇ ଖଲିକୋଟ ଯାଉଥିବା ବେଳେ ୩ ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଅଟକାଇ ତାଙ୍କ ଉପରେ ଗୁଳି ଚାଳନା କରିଥିଲେ। ତାପରେ ଯୁବକଙ୍କଠାରୁ ତାଙ୍କ ନୂଆ ବାଇକ୍‌, ୪୦ ହଜାର ଟଙ୍କା ଓ ଏକ ମୋବାଇଲ୍‌ ଲୁଟି ନେଇଥିଲେ।

ସମ୍ବନ୍ଧିତ ଖବର