ବ୍ୟବସାୟୀଙ୍କୁ ମାଡ଼, ବନ୍ଧୁକ ମୁନରେ ଲୁଟ୍

ଖଲ୍ଲିକୋଟ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଇଲାକାରେ ପୁଣି ଥରେ ବନ୍ଧୁକଧାରୀ ରାଜପଥ ଲୁଟେରା ମାତିଛନ୍ତି। ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୯ଟା ବେଳେ କହ୍ନେଇପୁର-ସୁମଣ୍ଡଳ ରାସ୍ତାରେ ଏହା ଘଟିଛି। ସୁନା ବ୍ୟବସାୟୀ ରବୀନ୍ଦ୍ର କୁମାର ନାୟକ (୩୫)ଙ୍କୁ ଡକାୟତମାନେ ନିର୍ଧୁମ୍‌ ମାଡ଼ ମାରି ଲହୁଲୁହାଣ କରିବା ପରେ ବନ୍ଧୁକ ଦେଖାଇ ୧୦ କିଲୋ ରୁପା ଓ ୪୦୦ ଗ୍ରାମ୍‌ ସୁନା ଲୁଟି ନେଇଥିବା ଥାନାରେ ମାମଲା ହୋଇଛି।

ପ୍ରକାଶ ଯେ, କହ୍ନଇପୁର ଗ୍ରାମର ରବୀନ୍ଦ୍ର ଘରୁ ବାହାରି ସୁନା ଓ ରୁପା ବ୍ୟବସାୟ କରିବା ପାଇଁ ସୁମଣ୍ଡଳ ଯାଉଥିଲେ। ଏହି ସମୟରେ ଏକ ନୀଳ ରଂଗର ଆପାଚିରେ ତିନିଜଣ ଦୁର୍ବୃତ୍ତ ଆସି ରବୀନ୍ଦ୍ରଙ୍କୁ ଅଟକାଇ ଅତର୍କିତ ଭାବେ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ବାଇକ୍ ଡିକି ଖୋଲିବାକୁ ଉଦ୍ୟମ କରିଥିଲେ। ରବୀନ୍ଦ୍ର ଏହାର ପ୍ରତିବାଦ କରିବାରୁ ତାଙ୍କୁ ନିସ୍ତୁକ ମାଡ଼ ମାରି ଲହୁଲୁହାଣ କରିଥିଲେ। ପରେ ମୁଣ୍ଡରେ ବନ୍ଧୁକ ଲଗାଇ ବାଇକ୍ ଡିକିରୁ ସୁନା, ରୁପା ଗହଣା ଲୁଟିନେଇ ଦୁର୍ବୃତ୍ତ ମାନେ ସୁମଣ୍ଡଳ ରାସ୍ତାରେ ଚାଲି ଯାଇଥିଲେ। ରବୀନ୍ଦ୍ର ଏ ସମ୍ପର୍କରେ ଖଲ୍ଲିକୋଟ ଥାନାରେ ଏତଲା ଦେଇଥିଲେ।

ସମ୍ବନ୍ଧିତ ଖବର