ଲାଞ୍ଚ ନେଇ ଧରାପଡ଼ିଲେ ମେଡିିକାଲ୍‌ କର୍ମଚାରୀ

ପାତ୍ରପୁର : ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଠିକା ଆକାଉଣ୍ଟ ମ୍ୟାନେଜର ଜଗନ୍ନାଥ ପାଣି ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ମିଶନ ଇନ୍ଦ୍ରଧନୁଷରେ ନିୟୋଜିତ ହୋଇଥିବା ଭଡ଼ା ଯାନର ବିଲ୍‌ କରାଇ ଦେବାକୁ ୩ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଭିଜିଲାନ୍‌ସ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ରାଷ୍ଟ୍ରୀୟ ବାଳ ସୁରକ୍ଷା କାର୍ଯ୍ୟକ୍ରମ (ଆର୍‌ବିଏସ୍‌କେ)ରେ କେତେକ ଘରୋଇ ଯାନକୁ ଭଡ଼ା ସୂତ୍ରରେ ନିୟୋଜିତ କରାଯାଇଥିଲା। ଶ୍ରୀ ପାଣି ଗାଡ଼ି ଭଡ଼ା ବାବଦ ବିଲ୍‌ ପାଶ୍‌ କରାଇବା ପାଇଁ ଲାଞ୍ଚ ମାଗୁଥିବା ନେଇ ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ଚଢ଼ାଉ କରିବା ସହିତ ଲାଞ୍ଚ ଟଙ୍କା ଜବତ କରିଛି।

ସମ୍ବନ୍ଧିତ ଖବର