ନାବାଳକକୁ ଅପହରଣ ପରେ ହତ୍ୟା!

ଛତ୍ରପୁର : ଛତ୍ରପୁର ଥାନା ଅନ୍ତର୍ଗତ ଭିକାରିପଲ୍ଲୀ ପଞ୍ଚାୟତ ବ୍ରାହ୍ମଣିଆପଲ୍ଲୀ ଓ ନରସି˚ହ ଗ୍ରାମ ମଧ୍ୟରେ ଥିବା ରେଳ ଧାରଣା ନିକଟସ୍ଥ ଏକ କିଆବୁଦାରୁ ଏକ ନାବାଳକର ମୃତଦେହକୁ ପୁଲିସ ଉଦ୍ଧାର କରିଛି ା ମୃତ ନାବାଳକ ଜଣକ ଗୁରୁଣ୍ଠି ଗ୍ରାମର କୁନୁ ସେଠୀଙ୍କ ୧୩ ବର୍ଷର ପୁତ୍ର ଭିକୁ ସେଠୀ ବୋଲି ଜଣାପଡ଼ିଛି ା ତେବେ ଅପହରଣ କରି ହତ୍ୟା କରାଯାଇଛି ବୋଲି ମୃତ ଭିକୁର ବାପା କୁନୁ ସେଠୀ ଅଭିଯୋଗ କରିଛନ୍ତି ା ଭିକୁଙ୍କ ବାପା ଥାନାରେ ଦେଇଥିବା ଅଭିଯୋଗ ଅନୁସାରେ, ଗତ ୬ ତାରିଖରେ ଗୁରୁଣ୍ଠି ଗ୍ରାମରେ ଭିକୁ ସାଇକେଲ ଚଳାଉଥିବା ବେଳେ ସେହି ଗ୍ରାମର ଜଣେ ବ୍ୟକ୍ତିଙ୍କ ସମ୍ପର୍କୀୟ ତଥା ବ୍ରାହ୍ମଣିଆପଲ୍ଲୀ ଗ୍ରାମର ଲିଙ୍ଗରାଜ ସେଠୀ(୨୩) ଭିକୁକୁ ସାଥିରେ ନେଇଥିଲେ। ଆଜି ବ୍ରାହ୍ମଣିଆପଲ୍ଲୀ ଓ ନରସି˚ହପୁର ଗ୍ରାମ ମଧ୍ୟରେ ଥିବା ରେଳଧାରଣା ନିକଟସ୍ଥ ଆମ୍ବତୋଟା ଭିତର କିଆବୁଦା ଠାରେ ଭିକୁର ମୃତଦେହକୁ ଦେଖି ସ୍ଥାନୀୟ ଲୋକ ଛତ୍ରପୁର ଥାନାରେ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଛି।

ସମ୍ବନ୍ଧିତ ଖବର