ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ କୋର୍ଟ ଚାଲାଣ

ପୁରୁଷୋତ୍ତମପୁର: ଗତ ଡିସେମ୍ବର ୩୧ ତାରିଖରେ ପୁରୁଷୋତ୍ତମପୁର ଥାନା ଭାବନ୍ଧ ଗ୍ରାମର ମନୋଜ ସାହୁ ନାମକ ଜଣେ ଠିକାଦାର ୧୫ ବର୍ଷିୟା ହରିଜନ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ନାବାଳିକାର ମାଆ ଜାନୁଆରି ୭ ତାରିଖରେ ପୁରୁଷୋତ୍ତମପୁର ଥାନାରେ ଏତଲା ଦେଇଥି‌ଲେ। ଥାନା କେସ୍‌ ନଂ. ୫/୧୯, ଧାରା ୩୭୬, ୨୯୪, ୫୦୬, ଏସ୍‌ସିଏସ୍‌ଟି ଧାରାରେ ପୁଲିସ ମାମଲା ରୁଜୁ କରିଥିଲା ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ଗତକାଲି ଅଭିଯୁକ୍ତ ମନୋଜକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନାଯୋଗ୍ୟ ଯେ, ମନୋଜ ଠିକାଦାର ଭାବେ ଭାବନ୍ଧ ବିଦ୍ୟାଳୟର ପାଚୋରୀ ନିର୍ମାଣ କର୍ଯ୍ୟ କରୁଥିଲା। ଡିସେମ୍ବର ୩୧ ତାରିଖ ଦିନ ଅନ୍ୟ ଶ୍ରମିକମାନେ ସେଠାରୁ ଚାଲିଯିବା ପରେ ନାବାଳିକା ସହ ଦୁଷ୍କର୍ମ କରିବା ସହ ଘଟଣା ପ୍ରଘଟ କଲେ ଜୀବନରେ ମାରିଦେବାକୁ ଧମକ ଦେଇଥିବା ନେଇ ନାବାଳିକାର ମାଆ ଥାନାରେ ଏତଲା ଦେଇଥିଲେ। ଘଟଣାପର ଠାରୁ ଅଭିଯୁକ୍ତ ଠିକାଦାର ଫେରାର୍‌ ହୋଇଯାଇଥିଲା।

ସମ୍ବନ୍ଧିତ ଖବର