ଏମ୍‌କେସିଜି ମେଡିକାଲ: ମୁରବିବିହୀନ ୪ଟି ବିଭାଗ

ବ୍ରହ୍ମପୁର : ଦକ୍ଷିଣ ଓଡ଼ିଶାର ପ୍ରମୁଖ ସ୍ବାସ୍ଥ୍ୟକେନ୍ଦ୍ର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି) ମେଡିକାଲ କଲେଜ ଓ ହସ୍‌ପିଟାଲର ସ୍ବାସ୍ଥ୍ୟସେବାରେ ଉନ୍ନତି ଆଣିବା ପାଇଁ ନାନା ପଦକ୍ଷେପ ଗ୍ରହଣ କରାଯାଉଛି। ତଥାପି ବିଭିନ୍ନ କାରଣ ଯୋଗୁଁ ଲୋକେ କିଛି ନିର୍ଦ୍ଦିଷ୍ଟ ବିଭାଗରୁ ସେବା ପାଇପାରୁ ନାହାନ୍ତି। ଠିକ୍‌ ସେହିପରି ଶିକ୍ଷାଦାନ ପ୍ରକ୍ରିୟା ମଧୢ ବାଧାପ୍ରାପ୍ତ ହେଉଛି। ଦୀର୍ଘଦିନ ଧରି ବହୁ ପଦବି ଖାଲି ପଡ଼ୁଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି। ଏମ୍‌କେସିଜି ମେଡିକାଲ କଲେଜ ପାଇଁ ମୋଟ ୩୭ ପ୍ରଫେସର ପଦବି ମ˚ଜୁର ହୋଇଥିବା ବେଳେ ୬ଟି ଖାଲି ପଡ଼ିଛି। ଏବେ ୪ଟି ବିଭାଗରେ ସ୍ଥାୟୀ ପ୍ରଫେସର ନଥିବାରୁ ସେଗୁଡ଼ିକ ମୁରବି ବିହୀନ ହୋଇ ପଡ଼ିଛି। ତନ୍ମଧୢରୁ ୩ଟି ବିଭାଗ ମାତ୍ର ଜଣେ ଲେଖାଏଁ ଡାକ୍ତରଙ୍କୁ ନେଇ ଚାଲିଛି। ଯଦି ସମ୍ପୃକ୍ତ ଡାକ୍ତର ଛୁଟିରେ ରହୁଛନ୍ତି ତେବେ ସେବା ପୂରା ବନ୍ଦ ହୋଇ ଯାଉଛି।

ରାଜ୍ୟର ବିଭିନ୍ନ ସ୍ଥାନରେ ଖୋଲିଥିବା ନୂତନ ମେଡିକାଲ କଲେଜକୁ ଏମ୍‌କେସିଜି ମେଡିକାଲ କଲେଜରୁ ଡାକ୍ତରଙ୍କୁ ପଠାଯାଇଛି। କିନ୍ତୁ ଏମ୍‌କେସିଜି ମେଡିକାଲ କଲେଜରେ ଖାଲି ପଡ଼ିଥିବା ପଦବି ପୂରଣ ଦିଗରେ ଧୢାନ ଦିଆଯାଉ ନଥିବା ଅଭିଯୋଗ ହୋଇଛି। ମାନସିକ ରୋଗ, ଇଏନ୍‌ଟି, ସ୍ତ୍ରୀ ଓ ପ୍ରସୂତି, ନିଶ୍ଚେତକ, ରେଡ଼ିଓ ଡାଇଗୋନୋସିସ୍‌, ଦନ୍ତ, ଏଣ୍ତୋକ୍ରିନୋଲୋଜି, ଶିଶୁଶଲ୍ୟ, କମ୍ୟୁନିଟି ମେଡିସିନ୍‌, ଶିଶୁ, ସର୍ଜରୀ, ଚକ୍ଷୁ, ଅସ୍ଥିଶଲ୍ୟ ବିଭାଗରେ ଡାକ୍ତର ଅଭାବ ସମସ୍ୟା ନଥିବା ବେଳେ ଅନ୍ୟ କିଛି ଗୁରୁତ୍ବପୂର୍ଣ୍ଣ ବିଭାଗର ଅବସ୍ଥା ଶୋଚନୀୟ ରହିଛି। ମିଳିଥିବା ସୂଚନା ଅନୁସାରେ ଏମର‌୍‌ଜେନ୍‌ସି ମେଡିସିନ୍‌ ବିଭାଗ ପାଇଁ ୪ ଡାକ୍ତର ପଦବି ମ˚ଜୁର ହୋଇଛି। ଏହି ବିଭାଗରେ ପ୍ରଫେସର, ଆସୋସିଏଟ୍‌ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସର ପଦବି ଖାଲି ପଡ଼ିଥିବା ବେଳେ ଜଣେ ମାତ୍ର ସିନିୟର‌୍‌ ରେସିଡେଣ୍ଟକୁ ନେଇ ବିଭାଗ ଚାଲିଛି। ସେହିପରି ସି.ଟି ସର୍ଜରୀ ବିଭାଗ ପାଇଁ ୪ ଡାକ୍ତର ପଦବି ମ˚ଜୁର ହୋଇଛି। ତନ୍ମଧୢରୁ ପ୍ରଫେସର, ଆସିଷ୍ଟାଣ୍ତ ପ୍ରଫେସର ପଦବି ମଧୢ ଖାଲି ରହିଛି। ଜଣେ ମାତ୍ର ସିନିୟର ରେସିଡେଣ୍ଟଙ୍କୁ ନେଇ ବିଭାଗ ଚାଲିଛି। ଗତ କିଛି ମାସ ତଳେ ଏହି ବିଭାଗରେ ଚୁକ୍ତି ଭିତ୍ତିରେ ଜଣେ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି। ନେଫ୍ରୋଲୋଜି ବିଭାଗ ପାଇଁ ୫ ଡାକ୍ତର ପଦବି ମ˚ଜୁର ହୋଇଥିବା ବେଳେ ସମସ୍ତ ପଦବି ଖାଲି ରହିଛି। ଚୁକ୍ତି ଭିତ୍ତିରେ ଜଣେ ମାତ୍ର ପ୍ରଫେସରଙ୍କୁ ନେଇ ଏହି ବିଭାଗ ଚାଲିଛି।

ସେହିପରି ଫିଜିଓଲୋଜି, ମେଡିସିନ୍‌, ଚକ୍ଷୁ ବିଭାଗରେ ପ୍ରଫେସର ପଦବି ଖାଲି ରହିଛି। ଅନ୍ୟପଟେ ଏମ୍‌କେସିଜି ମେଡିକାଲରେ ଦୀର୍ଘ ମାସ ହେଲା ସୁପରସ୍ପେସାଆଲିଟି ବିଭାଗ ପାଇଁ ନୂତନ ବିଲ୍ଡି˚ର ଉଦ୍‌ଘାଟନ କରାଯାଇଛି। କିନ୍ତୁ ତାହା କାର୍ଯ୍ୟକ୍ଷମ ହେଉ ନାହିଁ।

ସମ୍ବନ୍ଧିତ ଖବର