ଗଞ୍ଜାମ: ଜାତୀୟ ରାଜପଥରେ ଦୁର୍ଘଟଣା, ବାଇକ ଆରୋହୀ ଯୁବକଙ୍କ ମୃତ୍ୟୁ

ବ୍ରହ୍ମପୁର: ଖଲ୍ଲିକୋଟ ଥାନା ଅନ୍ତର୍ଗତ କେଶପୁର ଜାତୀୟ ରାଜପଥରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଚଣ୍ଡୀପୀଠ ଗ୍ରାମର କୈଳାସ ପ୍ରଧାନ ବୋଲି ଜଣାପଡ଼ିଛି। ବ୍ରହ୍ମପୁରରୁ ଭୁବନେଶ୍ୱର ଯାଉଥିବା ଏକ ମାଲ ବୋଝେଇ ଟ୍ରକ୍‌ ଧକ୍କା ଦେବା ଫଳରେ ଯୁବକଟି ଟ୍ରକ୍‌ ଚକା ତଳେ ଚାପି ହୋଇଯାଇଥିଲା।
ଘଟଣା ସ୍ଥଳରେ ହିଁ କୈଳାସଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇଁ ଖଲ୍ଲିକୋଟ ପୁଲିସ ଘଟଣା ସ୍ଥଳରେ ପହଁଚିବା ସହ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ଟିକୁ ଧରିବା ପାଇଁ ଅଧିକ ତଦନ୍ତ ଚଲାଇଛି।

ସମ୍ବନ୍ଧିତ ଖବର