ବସ ତଳେ ଚାପି ହୋଇ ଅଜଣା ଯୁବକ ମୃତ

ହିଞ୍ଜିଳିକାଟୁ: ହିଞ୍ଜିଳିକାଟୁ କ‌େଲଜ ଛକ ନିକଟରେ ବ୍ରହ୍ମପୁର ଅଭିମୁ‌େଖ ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସର ଚକାତଳେ ପଡି ଜଣେ ଅଜଣା ଯୁବକର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ଯୁବକର ମୃତ ଦେହ ପଡି ରହିଛି । ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସୂଚନା ମୁତାବକ ମୃତ ଯୁବକଟି କାଳୀମନ୍ଦିର ନିକଟରେ ନିଶାଶକ୍ତ ଅବସ୍ଥାରେ ପାଟି କରୁଥିଲା। ଖବର ପାଇ ପୁଲିସ ଯୁବକକୁ କାବୁ କରି ମେଡିକଲରେ ଭର୍ତ୍ତି କରିଥିଲେ। କିଛି ସମୟ ପରେ ଯୁବକ ଜଣକ ଉଠି ପଳାଇ ଆସିଥିବା କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଯୁବକ ଜଣକ ଭାରସାମ୍ୟ ହରାଇ ଗାଡିର ପଛଚକ ତଳେ ପଡିଯାଇ ପ୍ରାଣ ହରାଇ ଥିବା ଅନୁମାନ କରାଯାଉଥିବା ବେଳେ ତାଙ୍କର ପରିଚୟ ମିଳିପାରିନାହିଁ।

ସମ୍ବନ୍ଧିତ ଖବର