ଗଞ୍ଜାମ: ନାଳରେ ଭାସିଲେ ୨୦ରୁ ଅଧିକ କୃଷ୍ଣସାର ମୃଗ, ଭିଡିଓ ଭାଇରାଲ

ବ୍ରହ୍ମପୁର: ଋଷିକୁଲ୍ୟା ନଦୀର ଏକ ଶାଖା ନାଳରେ ଦୁର୍ଲଭ ପ୍ରଜାତିର ହରିଣ ‘କୃଷ୍ଣସାର ମୃଗ’ ଭାସିଛନ୍ତି। ବନ୍ୟାଜଳରେ ମୃଗଗୁଡ଼ିକ ଜୀବନ ବଞ୍ଚାଇବା ପାଇଁ ଉଦ୍ୟମ କରୁଥିବା ବେଳେ କେହି ଜଣେ ବ୍ୟକ୍ତି ଏହାକୁ ଭିଡିଓ ସୁଟିଂଗ କରି ସୋସିଆଲ ମିଡିଆରେ ଅପଲୋଡ କରିଛି, ଯାହାକି ପରବର୍ତ୍ତୀ ସମୟରେ ଭାଇରାଲ ହୋଇଛି।

ଗଂଜାମ ଜିଲ୍ଲା ଖଲିକୋଟ ବନାଞ୍ଚଳ ଅନ୍ତର୍ଗତ ପ୍ରତାପପୁରର ପିକିଲି ଅଂଚଳରେ ବର୍ଷାରେ ୨୦ରୁ ଉର୍ଦ୍ଧ୍ଵ କୃଷ୍ଣସାର ମୃଗ ଋଷିକୁଲ୍ୟା ନଦୀର ଏକ ଶାଖା ନାଳରେ ଭାସିଯାଉଥିଲେ। ଏହି ଦୃଶ୍ୟ ଏବେ ଭିଡିଓ ମାଧ୍ୟମରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଦେଖିବାକୁ ମିଳିଛି। ତେବେ ଗତ ଜୁଲାଇ ୧୪ରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ବର୍ତମାନ ସମସ୍ତ କୃଷ୍ଣସାର ମୃଗ ସୁରଖିତ ଥିବା କହିଛନ୍ତି ବ୍ରହ୍ମପୁର ବନଖଣ୍ଡ ଅଧିକାରୀ। ବନ ବିଭାଗର ଅଧିକାରୀ କହିଛନ୍ତି ଜଙ୍ଗଲ ଭିତରେ ଏହି ନାଳ ଥିବାରୁ କୃଷ୍ଣସାର ମୃଗମାନେ ପ୍ରାୟତଃ ନଦୀର ଗୋଟିଏ ପାର୍ଶ୍ୱରୁ ଆରପାରିକୁ ଯିବା ଆସିବା କରନ୍ତି। ଏହା ନୂଆ ଘଟଣା ନୁହେଁ ପୂର୍ବରୁ ମଧ୍ୟ ଏଭଳି ଘଟଣା ଦେଖାଯାଇଛି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ପ୍ରତାପପୁର ବାଲିଆ ଅଂଚଳରେ ପାଖାପାଖି ୩୦୦ରୁ ଉର୍ଦ୍ଧ ମୃଗ ରହୁଛନ୍ତି।

ସମ୍ବନ୍ଧିତ ଖବର