ମହିଳା ଡାକ୍ତର ଆତ୍ମହତ୍ୟା ଘଟଣା:ଡାକ୍ତର ସ୍ବାମୀଙ୍କ ଜାମିନ ଆବେଦନ ଖାରଜ

ଛତ୍ରପୁର,: ଛତ୍ରପୁର ଥାନା ଶ୍ରୀନଗରସାହିର ମହିଳା ଡାକ୍ତର ଅର୍ଚ୍ଚନା ଦାଶଙ୍କ ଆତ୍ମହତ୍ୟା ଘଟଣାରେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟରେ ଅଭିଯୁକ୍ତ ସ୍ବାମୀ ଡାକ୍ତର ଅଞ୍ଜନ କୁମାର ଦାଶଙ୍କ ଜାମିନ୍ ଖାରଜ ହୋଇଛି। ଗତ ୧୬ ତାରିଖରେ ଅଭିଯୁକ୍ତ ସ୍ବାମୀ ଅଞ୍ଜନ ଜାମିନ୍ ଆବେଦନ କରିଥିବା ବେଳେ ଆଜି ଏହାର ବିଚାରଣ ତାରିଖ ଧାର୍ଯ୍ୟ ରହିଥିଲା। ଅତିରିକ୍ତ ଜିଲ୍ଲା ଜଜ୍ ଶିଖାରାଣୀ ରଥ ସମସ୍ତ ବିଷୟକୁ ଅନୁଧ୍ୟାନ କରି ଏହି ମାମଲାର ବିଚାରଣା କରି ଅଞ୍ଜନଙ୍କ ଜାମିନ୍ ନାମଞ୍ଜୁର କରିଥିଲେ। ଉକ୍ତ ଶୁଣାଣି ସମୟରେ ସରକାରୀ ଓକିଲ ଶରତ ଚନ୍ଦ୍ର ପ୍ରଧାନ ଓ ଡମିନାଥ ସାହୁ ମାମଲା ପରିଚାଳନା କରିଥିଲେ।

ପ୍ରକାଶ ଥାଉକି ଯେ, ଘଟଣା ଘଟିବାର ଦୀର୍ଘ ୭ ମାସ ଧରି ଅଭିଯୁକ୍ତ ସ୍ବାମୀ ଡାକ୍ତର ଅଞ୍ଜନ ପୁଲିସକୁ ଚକ୍ମା ଦେଇ ଗତ ୧୬ ତାରିଖରେ ଛତ୍ରପୁର ଏସ୍‌ଡିଜେଏମ୍ ଜୟ ପ୍ରକାଶ ନାୟକଙ୍କ କୋର୍ଟରେ ଆତ୍ମସମର୍ପଣ କରିଥିଲେ। ମାନ୍ୟବର ଉଚ୍ଚ ନ୍ୟାୟଳୟରେ ଆଗୁଆ ଜାମିନ୍ ନାମଞ୍ଜୁର ହେବା ପରେ ତଳ କୋର୍ଟରେ ଆତ୍ମସମର୍ପଣ ପାଇଁ ନିର୍ଦ୍ଦେଶ ହୋଇଥିଲା। ଏସ୍‌ଡିଜେଏମ୍ ଜାମିନ୍ ନାମଞ୍ଜୁର କରିବା ପରେ ଅଞ୍ଜନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ଉକ୍ତ ଦିନର ଶିଣାଣି ସମୟରେ ସରକାରୀ ଓକିଲ ରାଜେଶ କୁମାର ମିଶ୍ର, ସୌରୀ ପ୍ରସାଦ ବେହେରା ଓ କୃଷ୍ଣଚନ୍ଦ୍ର ବେହେରା ପରିଚାଳନା କରିଥିଲେ। ଏହା ବିରୋଧରେ ଅଞ୍ଜନ ଏଡିଜେ କୋର୍ଟରେ ଜାମିନ୍ ପାଇଁ ଆବେଦନ କରିଥିଲେ। ଏହାର ଶୁଣାଣି ଆଜି ଧାର୍ଯ୍ୟ ହୋଇଥିବା ବେଳେ ଏଡିଜେ ଶିଖାରାଣୀ ରଥ ଜାମିନ ଆବେଦନର ଶୁଣାଣି କରି ନାମଞ୍ଜୁର କରିଛନ୍ତି।               ସୂଚନାଯୋଗ୍ୟ ଯେ, ଛତ୍ରପୁର ଶ୍ରୀନଗରସାହିର ରଘୁନାଥ ଦାସ ଓ କୁସୁମ ପ୍ରଭା ମିଶ୍ରଙ୍କ ବଡଝିଅ ଡାକ୍ତର ଅର୍ଚ୍ଚନାଙ୍କ ସହିତ ୪ ବର୍ଷ ତଳେ ଭୁବନେଶ୍ବର ରାମେ‌ଶ୍ବର ଥାନା ଗାଡକଣା ଗ୍ରାମର ଡାକ୍ତର ଅଞ୍ଜନ ଦାଶଙ୍କ ବିବାହ ହୋଇଥିଲା। ବାହାଘର କିଛିଦିନ ପରେ ଅର୍ଚ୍ଚନାଙ୍କୁ ଶ୍ବଶୁର ଘର ଲୋକ ନିର୍ଯ୍ୟାତନା ଦେଇ ଆସୁଥିଲେ। ଏମିତିକି ଛାଡପତ୍ର ପାଇଁ ସ୍ବାମୀ ଅଞ୍ଜନ କୋର୍ଟରେ ଆବେଦନ କରିଥିଲେ। ଅର୍ଚ୍ଚନାଙ୍କ ବିରୋଧ ଯାହା ସବୁ ଅଭିଯୋଗ କରିଥିଲେ ସେଥିରେ ସେ ଭାଙ୍ଗିପଡି ୨୦୧୮  ଅଗଷ୍ଟ ୧୭ ତାରିଖରେ ଛତ୍ରପୁରରେ ଟ୍ରେନ ସମ୍ମୁଖରେ ଡେଇଁ  ଆତ୍ମହତ୍ୟା କରିଥିଲେ। ଶ୍ବଶୁର ଘର ଲୋକଙ୍କ ପାଇଁ ଝିଅ ଆତ୍ମହତ୍ୟା କଲା ବୋଲି ମାଆ କୁସୁମ ପ୍ରଭା ଛତ୍ରପୁର ଥାନାରେ ଅଭିଯୋଗ କରିଥିଲେ। ଏନେଇ  ପୁଲିସ କେସ୍‌ ନମ୍ବର ୧୨/୨୦୧୮  ଡା.ଅଞ୍ଜନ, ବାପା, ମାଆ, ଭାଇ ଏବଂ ଭାଇବୋହୂଙ୍କ ନାମରେ ଧାରା ୪୯୮ (କ)/୩୭୯/ ୩୦୬/୨୯୪,/୩୪୧/୩୪ ଓ ୪ ଡିପି ଆକ୍ଟରେ ମାମଲା ରୁଜୁ କରିଥିଲେ। ପୂର୍ବରୁ ହାଇକୋର୍ଟରୁ ଅଞ୍ଜନଙ୍କ ବାପା, ମାଆ, ଭାଇ ଏବଂ ଭାଇବୋହୂଙ୍କୁ ଆଗୁଆ ଜାମିନ୍ ମିଳି ସାରିଛି।

ସମ୍ବନ୍ଧିତ ଖବର